ଅଧିକ ପଢନ୍ତୁ : ଖସାପଡା ଲାଗି ନୀତି ସମୟରେ ବନ୍ଦ ରହିବ ସାଧାରଣ ଦର୍ଶନ
ଗିରଫ ଅଭିଯୁକ୍ତ ମାନେ ହେଲେ କେଶବ ପୃଷ୍ଟି, ଶିବୁ ନାୟକ, ରାକେଶ କୁମାର ରାଉତ, ରଞ୍ଜନ ଷଣ୍ଢ, ରବି ସୁବୁଦ୍ଧି । ପୋଲିସ ଏମାନଙ୍କ ଠାରୁ ଗୋଟିଏ ଖଣ୍ଡା, ଲୁହା ରଡ୍ ସହ ମଦବୋତଲ ଓ ଗ୍ଲାସ୍ ଜବତ କରିଛି । ସେହିପରି ମାତାମଠ ନିକଟ କାଜୁ ଜଙ୍ଗଲରେ ଡକାୟତି ଯୋଜନା ପାଇଁ ଉଦ୍ୟମ ଚଳାଇଥିବା ବେଳେ ବାସେଳୀ ସାହି ଥାନା ପୋଲିସ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି । ଗିରଫ ଅଭିଯୁକ୍ତ ମାନେ ହେଉଛନ୍ତି ଅଭି ବେହେରା, ମନୋଜ ପଣ୍ଡା, ବଣ୍ଟିନା ବେହେରା, ରାଜେଶ କୁମାର ସାହୁ ଓ କେଶବ ପରିଡ଼ା । ପୋଲିସ ଏମାନଙ୍କ ଠାରୁ ଗୋଟିଏ ଜୀବନ୍ତ ବୋମା, ୩ଟି ଖଣ୍ଡା, ୨ଟି ଲୁହା ରଡ୍, ୩ଟି ଲାଠି ସହ ଦୁଇଟି ଦୁଇଚକିଆ ଯାନ ଜବତ କରିଛି ।
ଅଧିକ ପଢନ୍ତୁ : ଶହ ଶହ ବର୍ଷର ପରମ୍ପରା ବୁଢୀମେଳା ଓ ବାରୁଣୀ ସ୍ନାନ ଅନୁଷ୍ଠିତ
ସେପଟେ ଚକ୍ରତୀର୍ଥ ରୋଡ୍ ୟୁଥ୍ ହଷ୍ଟେଲ ନିକଟରେ ଦାଦାବଟି ଉଦ୍ୟମ କରୁଥିବା ବେଳେ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି ସମୁଦ୍ର କୂଳ ଥାନା ପୋଲିସ । ଗିରଫ ଅଭିଯୁକ୍ତ ମାନେ ହେଉଛନ୍ତି କେ. ଶିବା ଓ ରମେଶ ବେହେରା । ଏମାନଙ୍କ ଠାରୁ ପୋଲିସ ଗୋଟିଏ ଚାପଡ ସହ ୩ଶହ ଟଙ୍କା ଜବତ କରିଛି । ସିଟି ଡିଏସପି କେ.କେ. ହରପ୍ରସାଦଙ୍କ ଅଧ୍ୟକ୍ଷତାରେ ଆଜି ଟାଉନ ଥାନାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦିଆଯାଇଛି । ଏଥିରେ ଟାଉନ, ସମୁଦ୍ର କୂଳ ଓ ବାସେଳୀ ସାହି ଥାନା ଅଧିକାରୀ ଉପସ୍ଥିତ ଥିଲେ । ଗିରଫ ଅଭିଯୁକ୍ତ ମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି ।