ଆଗ ମୁହାଁଟରେ ସାଲଗୁଜ ଏବଂ ପଛପଟ ମୁହାଁଟରେ ଜଳଯନ୍ତ୍ର ଲାଗିବା ସହ ଗୁଜ ଉପରେ ନିରାଡି ଉଠିସାରିଛି । ସେପଟେ ପୋଲ ଗୟଳ ନିର୍ମାଣ ଶେଷ ହୋଇ ଜାରି ରହିଛି ଛନ୍ଦା ଗୟଳ ନିର୍ମାଣ କାର୍ଯ୍ୟ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ପୁରୀ: 36 ଦିନରେ ଚଳଚଞ୍ଚଳ ରଥଖଳା । ମହାପ୍ରଭୁଙ୍କ ଦିବ୍ୟ ରଥ ନିର୍ମାଣ କାର୍ଯ୍ୟରେ ନିମଗ୍ନ ବିଶ୍ବକର୍ମା, ଭୋଇ, ରୂପକାର ଏବଂ କମାର ସେବାୟତ । ୩ ରଥର ଚକର ଦିଗ ନିର୍ଣ୍ଣୟ କରି ଚକ-ଅଖ ଥାକ କରାଯିବା ସହ ପାଞ୍ଚଦଣ୍ଡାରେ ଆଗଆଣି ପଛଆଣି ମୁହାଁଟ ଲାଗିସାରିଛି ।
ଆଗ ମୁହାଁଟରେ ସାଲଗୁଜ ଏବଂ ପଛପଟ ମୁହାଁଟରେ ଜଳଯନ୍ତ୍ର ଲାଗିବା ସହ ଗୁଜ ଉପରେ ନିରାଡି ଉଠିସାରିଛି । ସେପଟେ ପୋଲ ଗୟଳ ନିର୍ମାଣ ଶେଷ ହୋଇ ଜାରି ରହିଛି ଛନ୍ଦା ଗୟଳ ନିର୍ମାଣ କାର୍ଯ୍ୟ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ : ମଧ୍ୟପ୍ରଦେଶରେ ଆଦି ଶଙ୍କରାଚାର୍ଯ୍ୟଙ୍କୁ ସମ୍ମାନ । ଖଣ୍ଡଓ୍ବା ଜିଲ୍ଲାରେ ଆଦିଗୁରୁ ଶଙ୍କରାଚାର୍ଯ୍ୟଙ୍କ ୧୦୮ ଫୁଟ ଉଚ୍ଚ ପ୍ରତିମୂର୍ତ୍ତି ଉନ୍ମାଚିତ । ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ବାନ ଏହି ବିଶାଳକାୟ ପ୍ରତି ମୂର୍ତ୍ତିର ଉଦଘାଟନ କରିଛନ୍ତି । ଓମକାରେଶ୍ବର ଖଣ୍ଡୱା ଜିଲ୍ଲାର ନର୍ମଦା ନଦୀ କୂଳରେ ଶଙ୍କରାଚାର୍ଯ୍ୟଙ୍କ ଏହି ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି ।
ଅଧିକ ପଢନ୍ତୁ ଭାରତ ଖବର
ଭଗବାନ ଶିବଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ ୧୨ ଜ୍ୟୋତିର୍ଲିଙ୍ଗ ମଧ୍ୟରୁ ଓମକାରେଶ୍ବର ଏକ ପ୍ରମୁଖ ପୀଠ । ଅଷ୍ଟମ ଶତାବ୍ଦୀର ଦାର୍ଶନିକ ତଥା ହିନ୍ଦୁ ଧର୍ମର ପୁନଃ ପ୍ରତିଷ୍ଠାତା ଶଙ୍କରାଚାର୍ଯ୍ୟଙ୍କ ୧୦୮ ଫୁଟ ଉଚ୍ଚ ପ୍ରତିମୂର୍ତ୍ତିକୁ ‘ଏକାତ୍ମ ଧାମ’ ଭାବରେ ନାମିତ କରାଯାଇଛି । ଏହି ବିଶାଳ ମୂର୍ତ୍ତି ନର୍ମଦା ନଦୀ କୂଳରେ ଥିବା ସୁନ୍ଦର ମଣ୍ଡଳ ପାହାଡ ଉପରେ ଅବସ୍ଥିତ । ଆଧ୍ୟାତ୍ମିକ ମହତ୍ବ ଦୃଷ୍ଟିରୁ ପର୍ଯ୍ୟଟକଙ୍କୁ ଏହା ଆକର୍ଷିତ କରିବ । ଏହାର ନିର୍ମାଣରେ ଖର୍ଚ୍ଚ ହୋଇଛି ୨୧୪୧ କୋଟିରୁ ଉର୍ଦ୍ଧ୍ବ ଟଙ୍କା ।
ଅର୍ଗସ ବ୍ୟୁରୋ: ପାନୀୟ ଜଳ ପାଇଁ ଡହଳ ବିକଳ । ନଦୀ, ଚୂଆ ପାଣି ହିଁ ଏକମାତ୍ର ଭରସା। ବିଲ, ଜଙ୍ଗଲ କାଦୁଆ ରାସ୍ତା ଦେଈ ପାଣି ଆଣିବାକୁ ଯିବାକୁ ପଡୁଛି କିଲୋମିଟର ଦୁର । ଗାଁ ଶେଷ ମୁଣ୍ଡରେ ବହିଯାଇଥିବା ନଦୀରୁ ପାଣି ଆଣୁଛନ୍ତି ଗ୍ରାମବାସୀ। ହାତରେ ଗରା, ବାଲ୍ଟି ନେଇ ନଦୀରେ ବାଲି ଚୁଆ କରି ପାଣି ଆଣୁଛନ୍ତି। ବାଙ୍ଗିରିପୋଷି ବ୍ଲକ , ବଡଗାଁ ପଞ୍ଚାୟତର ଦୁଇ ଶହ ପରିବାର ଜଳ କଷ୍ଟରେ ରହୁଛନ୍ତି। ସେପଟେ ଗାଁ ରେ ଥିବା ଗୋଟାଏ ଟ୍ୟୁବ୍ ୱେଲ୍ ଅକାମୀ ଓ ଖରା ଦିନେ କୂଅ ଶୁଖିଲା।
ରାଜ୍ୟ ସରକାରଙ୍କ "ବସୁଧା" ଓ "ଡ୍ରିଙ୍କ ଫ୍ରମ ଟେପ୍" ଯୋଜନା ଦିବା ସ୍ଵପ୍ନ। ଗୋଟିଏ ଦୁଇଟି ସ୍ଥାନରେ ଯୋଜନା କରି ବାହା ବାହା ନେଉଛନ୍ତି ସରକାର୍। ବାଙ୍ଗିରିପୋଷି ବ୍ଲକ, ବଡଗାଁ ପଞ୍ଚାୟତର ଜଳ ସମସ୍ୟା ସବୁଠାରୁ ବଡ଼ ସମସ୍ୟା। ଏ ନେଇ ଗାଁ ପରିଚାଳନା କମିଟି ପକ୍ଷରୁ ଗାଁ ସରପଞ୍ଚ, ବିଡ଼ିଓଙ୍କ ଠାରୁ ଆରମ୍ଭ କରି ନେତା, ମନ୍ତ୍ରୀ, ଜିଲ୍ଲାପାଳ ପର୍ୟ୍ୟନ୍ତ ଅଭିଯୋଗ କରିଥିଲେ ସୁଦ୍ଧା ହୋଇନାହିଁ ସମାଧାନ। ସରକାରଙ୍କ ଯୋଜନା କାର୍ଯ୍ୟକାରୀ ହେବ ନା କାଗଜ କଲମରେ ସରିବ। ବାଙ୍ଗିରିପୋଷି ବ୍ଲକ, ବଡଗାଁ ପଞ୍ଚାୟତର ପାଞ୍ଚ ଏବଂ ଦଶ ନଂ ୱର୍ଡ ରେ ସ୍ୱଚ୍ଛ ପାନୀୟ ଜଳ ସମସ୍ୟାର ସମାଧାନ କେବେ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ରାଉରକେଲା ଆସିଷ୍ଟାଣ୍ଟ କଲେକ୍ଟର ସୁସ୍ମିତା ମିଞ୍ଜଙ୍କ ସନ୍ଦେହଜନକ ମୃତ୍ୟୁ। ସେନ୍ସୋରୀ ପାର୍କ ପୋଖରୀରୁ ମଙ୍ଗଳବାର ସନ୍ଧ୍ୟାରେ ମୃତଦେହ ମିଳିବା ସନ୍ଦେହ ସୃଷ୍ଟି କରିଥିଲା। ଏହାପରେ ସୁସ୍ମିତାଙ୍କ୍ ଭାଇ ସନ୍ଦୀପଙ୍କ ସଙ୍ଗୀନ ଅଭିଯୋଗ ପୂରା ସୁନ୍ଦରଗଡ ଜିଲ୍ଲା ପ୍ରଶାସନକୁ ସନ୍ଦେହଘେରକୁ ନେଇ ଆସିଛି। ସନ୍ଦୀପଙ୍କ ଅଭିଯୋଗ, ତାଙ୍କ ଉଭଣୀଙ୍କୁ ହତ୍ୟା କରାଯାଇଛି। ଅଫିସରେ ୱାର୍କଲୋଡ୍ ରହୁଥିବାରୁ ମାନସିକ ଚାପରେ ଥିଲେ ସୁସ୍ମିତା। ବଡ କଥା ହେଲା, ସୁସ୍ମିତା ଡିପ୍ରେସନରେ ଥିବା କେମିତି ଜାଣିଲେ ସୁନ୍ଦରଗଡ଼ ଜିଲ୍ଲାପାଳ ? ଯଦି ଜିଲ୍ଲାପାଳ ଜାଣିଥିଲେ ସିଧାସଳଖ ଘରକୁ କାହିଁକି ଜଣାଇ ନଥିଲେ ? ଅଫିସରେ ସୁସ୍ମିତାଙ୍କ ଉପରେ କିଏ ଚାପ ପକାଉଥିଲା କି ? ସୁସ୍ମିତାଙ୍କ ଶରୀରରେ ପୋଡା ଓ କଟା ଦାଗ କେଉଁଠୁ ଆସିଲା ?
୧୬ ତାରିଖରେ ଅଫିସରୁ ଘରକୁ ଫେରିନଥିଲେ ରାଜଗାଙ୍ଗପୁର ରାମବାହାଲର ସୁସ୍ମିତା। ୧୭ ତାରିଖରେ ନିଖୋଜ ଥିବା ନେଇ ପୋଲିସରେ ଅଭିଯୋଗ କରିଥିଲେ ପରିବାର। ହେଲେ ସୁସ୍ମିତା ରାଧିକା ରିଜେନ୍ସିରେ ଥିବା କହିଥିଲା ପୋଲିସ। ପରିବାର ଲୋକେ ପହଞ୍ଚିବା ପରେ ସେମାନଙ୍କୁ ଭେଟିବାକୁ ଛଡାଯାଇନଥିଲା। ୧୮ ତାରିଖ ସଂଧ୍ୟାରେ ପାର୍କ ପୋଖରୀରୁ ମୃତଦେହ ମିଳିଥିଲେ ବି ବିଳମ୍ବରେ ଅର୍ଥାତ ୧୯ ତାରିଖରେ ପରିବାରକୁ ଜଣାଇଥିଲା ପୋଲିସ। ବଡ କଥା ହେଲା ଅଫିସରୁ ରାଧିକା ଏଜେନ୍ସିରେ କେମିତି ପହଞ୍ଚିଥିଲେ ସୁସ୍ମିତା ? ସେ ନିଜ ଇଚ୍ଛାରେ ଯାଇଥିଲେ ନା କେହି ତାଙ୍କୁ ସେଠାକୁ ନେଇଥିଲା ? ପୋଲିସ ନିଖୋଜ ସୁସ୍ମିତାଙ୍କୁ ପାଇବା ପରେ ବି କାହିଁକି ଘରକୁ ଫେରାଇ ଆଣି ନଥିଲା ?
ଜିଲ୍ଲାପାଳଙ୍କ ଅଫିସରେ କାର୍ଯ୍ୟରତ ଥିଲେ ୩୫ ବର୍ଷୀୟ ଆସିଷ୍ଟାଣ୍ଟ କଲେକ୍ଟର ସୁସ୍ମିତା ମିଞ୍ଜ । ଆସିଷ୍ଟାଣ୍ଟ କଲେକ୍ଟର ଭଳି ଜଣେ ଉଚ୍ଚ ପଦବୀରେ ଥିବା ମହିଳା ଅଧିକାରୀଙ୍କ ମୃତ୍ୟୁରେ ବଡ ଅଧିକାରୀ କିଛି ଲୁଚାଇଥିବା ସନ୍ଦେହ। ପରିବାରକୁ ବିଳମ୍ବରେ ଜଣାଇବା ପଛରେ ଲୁଚିଛି କି ମନ୍ଦ ଉଦ୍ଦେଶ୍ୟ ? ନା କିଛି ରହସ୍ୟ ଖୋଲିଯିବା ଭୟରେ ଯୋଜନାବଦ୍ଧ ଭାବେ ସୁସ୍ମିତାଙ୍କୁ ହତ୍ୟା କରାଯାଇନି ତ ?
ଅଧିକ ପଢ଼ନ୍ତୁ ଓଡିଶା ଖବର: