ବାକି ଦୁଇଟି ଚକରେ ସିଙ୍ଗଡା ବାଡିଆ ଶେଷ ହୋଇ ଅରରେ ପହି ସଂଯୋଗ ଚାଲିଛି । ନନ୍ଦିଘୋଷ ଓ ତାଳଧ୍ଵଜ ରଥର 9ଟି ଲେଖାଏଁ ଦଣ୍ଡାର ଚଉପଟ କାର୍ଯ୍ୟ ଚାଲିଥିବା ବେଳେ ସୁଭଦ୍ରାଙ୍କ ରଥର 7 ଟି ଦଣ୍ଡାକୁ ଚଉଡଟ କରାଯାଉଛି । ତିନି ରଥର ଦଣ୍ଡାକୁ ସଂଯୋଗ କରିବା ପାଇଁ ଦୁଇଦୁଇଟି ଲେଖାଏଁ ପାର୍ଶ୍ୱମୁହାଁଟ ଓ ଦୁଇଟି ଆଗପଛ ମୁହାଁଟ କାର୍ଯ୍ୟ ଚାଲିଛି। ସେପଟେ ଦୋଳବେଦୀ କୋଣରେ ପୋଲଗୟଳ ଚିରଟ କାମ ଚାଲିଛି ।
ଆସନ୍ତା 24ରେ ଦେବସ୍ନାନ ପୂର୍ଣ୍ଣିମା, 42 ଗୋଟି ଚକ ମଧ୍ୟରୁ 40 ଗୋଟି ଚକର ନିର୍ମାଣ କାର୍ଯ୍ୟ ଶେଷ
ପୁରୀ: ଜୁନ୍ 24ରେ ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣିମା । ସେଥିପାଇଁ ରଥ ଖଳା ବେଶ୍ ଚଳଚଞ୍ଚଳ । ଦେବସ୍ନାନ ପୂର୍ଣ୍ଣିମା ଦିନ ତିନି ରଥର ଚାରିନାହାକା ଉଠିବାର ବିଧିବିଧାନ ରହିଛି । ସେଥିପାଇଁ ଚାରି ନାହାକା କାମ ଶେଷ ହୋଇଛି । ଅନ୍ୟପଟେ 42 ଗୋଟି ଚକ ମଧ୍ୟରୁ 40 ଗୋଟି ଚକର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି ।
Download Argus News App
