ଆଜି ଅଣସରର ଶେଷ ଦିନ । ମହାପ୍ରଭୁ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହୋଇଛନ୍ତି । ଆଜି ଚତୁର୍ଦ୍ଦଶୀ ତିଥି ଥିବାରୁ ଚାଲିଛି ମହାପ୍ରଭୁ ଜଗନ୍ନାଥଙ୍କ ଘୋଷଯାତ୍ରା ପ୍ରସ୍ତୁତି । ଆଜି ମହାପ୍ରଭୁଙ୍କ ବନକଲାଗି ନିତି । ରାତିରେ ଦତ୍ତମହାପାତ୍ର ସେବକମାନେ ମହାପ୍ରଭୁଙ୍କ ଶ୍ରୀମୁଖ ସୃଙ୍ଗାର କରିବେ । ଆସନ୍ତାକାଲି ଅମାବାସ୍ୟା । ମହାପ୍ରଭୁ ନବଯୌବନ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ । କାଲି ନେତ୍ରୋତ୍ସବ । ଭକ୍ତମୟ ପରିବେଶରେ ରଥଯାତ୍ରା ଅନୁଷ୍ଠିତ ହେଉଥିବାରୁ ପରିମାଣିକ ଟିକେଟ କାଟିଥିବା ଭକ୍ତମାନେ ଭିତରକାଠ ଦର୍ଶନ ପାଇବେ । ସାହାଣମେଲା ଦର୍ଶନ ମଧ୍ୟ ରହିଛି । ସେପଟେ ଅଲାରନାଥରେ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ ।