ଅଧିକ ପଢନ୍ତୁ ଓଡ଼ିଶା ଖବର
ଯାହାକୁ ବିରୋଧ କରି ହାଇକୋର୍ଟରେ ହୋଇଛି ଆବେଦନ । ଆବେଦନକାରୀଙ୍କ ଅଭିଯୋଗ, ଶ୍ରୀ ଜଗନ୍ନାଥ ମନ୍ଦିର ଆଇନ୍ ୧୯୫୫ର ସେକ୍ସନ ୯ ଅନୁସାରେ ପ୍ରତି ୩ ବର୍ଷରେ ଥରେ କମିଟି ପୁନର୍ଗଠନ ହେବ । ଯେଉଁ ୧୮ ଜଣିଆ କମିଟିର ଅଧ୍ୟକ୍ଷ ଗଜପତି ମହାରାଜା ଏବଂ କାର୍ଯ୍ୟକାରୀ ଅଧ୍ୟକ୍ଷ ରହିଥାନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ସେହିପରି ଶ୍ରୀ ଜଗନ୍ନାଥ ମନ୍ଦିର ରୁଲ ୧୯୬୦ର ସେକ୍ସନ ୫ ଅନୁସାରେ କମିଟି ବାହାର, ଭିତର ଓ ଚଳନ୍ତି ରତ୍ନଭଣ୍ଡାରର ସମସ୍ତ ରତ୍ନ ଅଳଙ୍କାର ଯାଞ୍ଚ କରି ତାକୁ ନିଜ ଅକ୍ତିଆରକୁ ନେବେ ।
ମାତ୍ର ୧୯୭୮ ପରଠୁ ନା ରତ୍ନଭଣ୍ଡାର ଖୋଲିଛି ନା କୌଣସି ରତ୍ନଅଳଙ୍କାର ଗଣତି ହୋଇନି । ଯାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଆବେଦନକାରୀ । ଆସନ୍ତା ଅକ୍ଟୋବର ୧୯ ରେ ମାମଲାର ପରବର୍ତ୍ତୀ ଶୁଣାଣୀ ହେବ । ସେପଟେ ହାଇକୋର୍ଟ ସତ୍ୟପାଠ ଏବଂ ବିଧାନସଭା ତଥ୍ୟରେ ନାହିଁ ତାଳମେଳ । ମହାପ୍ରଭୁଙ୍କ ରତ୍ନଭଣ୍ଡାରରୁ ୭୫ କେଜି ରୂପା ଗାଏବ ହୋଇଥିବା ଅଭିଯୋଗ ହୋଇଛି ।