ପୁରୀ : ଆଜିଠାରୁ ସେବାୟତଙ୍କ କୋଭିଡ ଟେଷ୍ଟ । ଦୈନିକ 50 ଜଣଙ୍କର ହେବ ଆର୍ଟିପିସିଆର ଟେଷ୍ଟ । ହିନ୍ଦୀ ବିଦ୍ୟାପୀଠରେ କରାଯିବ ଟେଷ୍ଟ । ଜାନୁଆରୀ 27ରୁ 31 ପର୍ଯ୍ୟନ୍ତ ସୁଆର ମହାସୁଆର ନିଯୋଗ, ଫେବୃଆରୀ 1 ଓ 2 ପୁଷ୍ପାଳକ ନିଯୋଗ, ଫେବ୍ରୁଆରୀ 3ରୁ 5 ପୂଜାପଣ୍ଡା ନିଯୋଗ, 6ରୁ 10 ପ୍ରତିହାରୀ ନିଯୋଗ, 11 ଓ 12 ଦଇତାପତି ନିଯୋଗ, 13ରୁ 15 ଗରାବଡୁ ନିଯୋଗ, 16 ଓ 17 ଖୁଣ୍ଟିଆ ନିଯୋଗଙ୍କ କୋଭିଡ ଟେଷ୍ଟ ହେବ ।
ସେହିପରି 18ରେ ସୁଆର ବଡୁ ନିଯୋଗ, 19ରେ ବିମାନବଡୁ ନିଯୋଗ, 20ରେ ପାଣିଆ ଆପଟ, ଦତ୍ତ ମହାପାତ୍ର, 21ରେ ମହାଜନ, 22ରେ ପାଟରା ନିଯୋଗ, 23ରେ ଚୁନରା, 24ରେ ମେକାପ, 25ରେ ଶ୍ରୀମନ୍ଦିର ମୁଖ୍ୟ କାର୍ଯ୍ୟାଳୟ କର୍ମଚାରୀ, 26ରେ ମନ୍ଦିର ଶାଖା କାର୍ଯ୍ୟାଳୟ ଓ ପରିମଳ କର୍ମଚାରୀ, 27 ଓ 28 ରେ ଭକ୍ତ ନିବାସ କର୍ମଚାରୀ, ମାର୍ଚ୍ଚ 1ରେ ଯେଉଁ ସେବକ ରହିଯାଇ ଥିବେ, ସେମାନଙ୍କ କୋରୋନା ଟେଷ୍ଟ କରାଯିବ । ସମୁଦାୟ 2500 ସେବକ ଓ 500 କର୍ମଚାରୀଙ୍କ ହେବ ଟେଷ୍ଟ ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।