ସେ କହିଛନ୍ତି. ଆମେ ଯାହା ବି ବିକ୍ଷୋଭ କି ଆନ୍ଦୋଳନ କରୁଛୁ ଶ୍ରୀ ମନ୍ଦିରରେ ହେଉଥିବା ବିଭ୍ରାଟକୁ ନେଇ କରୁଛୁ ।
ମନ୍ଦିର ଆଗରେ ଯାଇ ଯଦି ନ କରିବୁ ତେବେ କଣ କଟକରେ ଯାଇକି କରିବୁ ? ଆମେ ଆନ୍ଦୋଳନ କରିବୁ । ଦମ ଅଛି ଯଦି ଆମକୁ ବାନ୍ଧନ୍ତୁ । ଏବଳି ଚେତାବନୀ ଦେଇଛନ୍ତି ଜଗନ୍ନାଥ ସେନାର ଆବାହକ।
ଅର୍ଗସ ବ୍ୟୁରୋ: ଶ୍ରୀମନ୍ଦିର ଆଗରେ ବିକ୍ଷୋଭ ପ୍ରଦର୍ଶନକୁ ବାରଣ କରାଯିବା ନେଇ ବର୍ଷିଲେ ଜଗନ୍ନାଥ ସେନା ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ । ଶ୍ରୀମନ୍ଦିର ଚାରିପଟେ ଖୋଳା ହେବା ମାମଲା ହାଇକୋର୍ଟରେ ଥିଲେ ବି ସରକାର ଖୋଳି ଚାଲିଛନ୍ତି ।
ସେ କହିଛନ୍ତି. ଆମେ ଯାହା ବି ବିକ୍ଷୋଭ କି ଆନ୍ଦୋଳନ କରୁଛୁ ଶ୍ରୀ ମନ୍ଦିରରେ ହେଉଥିବା ବିଭ୍ରାଟକୁ ନେଇ କରୁଛୁ ।
ମନ୍ଦିର ଆଗରେ ଯାଇ ଯଦି ନ କରିବୁ ତେବେ କଣ କଟକରେ ଯାଇକି କରିବୁ ? ଆମେ ଆନ୍ଦୋଳନ କରିବୁ । ଦମ ଅଛି ଯଦି ଆମକୁ ବାନ୍ଧନ୍ତୁ । ଏବଳି ଚେତାବନୀ ଦେଇଛନ୍ତି ଜଗନ୍ନାଥ ସେନାର ଆବାହକ।
ଅର୍ଗସ ବ୍ୟୁରୋ : ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା ଅଧୀନସ୍ଥ ଓସ୍ତପଡା ଗ୍ରାମ କାଜୁ ଜଙ୍ଗଲରେ ଚାଲିଥିଲା ଜୁଆ ଆଡ୍ଡା । ବିଶେଷ ସୂତ୍ରରୁ ଖବର ପାଇ ଚାନ୍ଦପୁର ପୋଲିସ ଚଢ଼ାଉ କରି ୩ ଜଣ ଜୁଆଡିଙ୍କୁ ଗିରଫ କରିବା ସହିତ ଜୁଆ ଖେଳରେ ବ୍ୟବହୃତ ସାମଗ୍ରୀ ଜବତ କରିଛି । ଘୁଡୁଘୁଡ଼ିଆ ପାଲି- ଗୋଟି, ୬ ଟି ମୋଟର ସାଇକେଲ, ୩ ଟି ମୋବାଇଲ ଏବଂ ନଗଦ ୩୫ ହଜାର ୬୭୦ ଟଙ୍କା ଜବତ କରିଛି ଚାନ୍ଦପୁର ପୋଲିସ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଗିରଫ ଅଭିଯୁକ୍ତ ମାନେ ହେଲେ ଖୋର୍ଦ୍ଧା ଅଞ୍ଚଳର ପଲାହାଟ ଗ୍ରାମର ଉଚ୍ଚବ ପ୍ରଧାନ, ଭୁଷଣ୍ଡପୁର ଗ୍ରାମ ଉରୁମୁଖି ସାହିର ବ୍ରଜ ବେହେରା ଓ ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା ଅଧିନସ୍ଥ କନ୍ଧନୟାଗଡ଼ ଗ୍ରାମର ଗଣେଶ ବେହେରା । ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ଚାନ୍ଦପୁର ଥାନା ଅଧିକାରୀ ଜଗଦୀଶ କର ସୂଚନା ଦେଇଛନ୍ତି
ଅର୍ଗସ ବ୍ୟୁରୋ : ମାହାଙ୍ଗା ଡବଲ ମର୍ଡର ମାମଲାରେ କୋର୍ଟଙ୍କ ନିର୍ଦେଶରେ ଦଫା ୩୦୨ ଲାଗିବା ପରେ ହତାସ ହୋଇପଡ଼ିଛନ୍ତି ପ୍ରତାପ ଜେନା । କୋର୍ଟଙ୍କ ନିର୍ଦ୍ଦେଶ ପଛରେ ରାଜନୈତିକ ଚକ୍ରାନ୍ତ ଥିବା କହିଛନ୍ତି ବିଜେଡିର ପାୱାରଫୁଲ ପ୍ରତାପ । ସେ ନିର୍ଦ୍ଦୋଶ ତାଙ୍କୁ ଚକ୍ରାନ୍ତ କରି ଫସାଯାଇଥିବା ସଫେଇ ଦେଇଛନ୍ତି ପ୍ରତାପ ଜେନା ।
ଅଧିକ ପଢନ୍ତୁ : ବିଜେଡି ବିଧାୟକ ପ୍ରତାପ ଜେନାଙ୍କ ବିରୋଧରେ ବଡ଼ ପ୍ରମାଣ
ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ ଜେନାଙ୍କ ନାଁରେ ଲାଗିଛି 302, 120 ବି ଓ 506 । ଦଫା ୩୦୨ ଲାଗିବା ପରେ ଗିରଫ ନେଇ ପ୍ରତାପଙ୍କ ମନରେ ପଶିଛି କି ଛନକା ? ସେଥିପାଇଁ ହତାସ ହୋଇ ଦେଇଛନ୍ତି କି ଏପରି ବୟାନ ?