ସମସ୍ତେ କୋଭିଡ କଟକଣା ମାନି ଶ୍ରୀଜିଉଙ୍କ ଦର୍ଶନ କରିବା ନେଇ ଶ୍ରୀମନ୍ଦିରରେ ବ୍ୟବସ୍ଥା କରାଯାଇଛି। ତେବେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦର୍ଶନ ପାଇଁ ୯୬ଘଣ୍ଟାର କୋଭିଡ ଆରଟିପିସିଆର ରିପୋଟ କିମ୍ବା ୨ଡୋଜ ଟିକାକରଣର ସାର୍ଟିଫିକେଟକ ବାଧ୍ୟତାମୂଳକ କରାଯାଇଛି । ସେହିପରି ଶ୍ରୀମନ୍ଦିର ଭିତରେ କଟକଣାକୁ ବଳବତ୍ତର କରାଯାଇଛି। ଶ୍ରୀମନ୍ଦିର ଭିତରକୁ ଫୁଲ,ତୁଳସୀ,ଭୋଗ ପ୍ରବେଶ ଏବଂ ଶ୍ରୀମନ୍ଦିରରେ ପ୍ରସାଦ ସେବନ ଉପରେ ମଧ୍ୟ ବାରଣ ଲଗାଯାଇଛି।
ଆଜିଠୁ ଖୋଲିଲା ପୁରୀ ଶ୍ରୀମନ୍ଦିର, ଶ୍ରଦ୍ଧାଳୁ କରିବା ଜଗା ଦର୍ଶନ

ପୁରୀ: ଅପେକ୍ଷାର ହେଲା ଅନ୍ତ । ସେବାୟତ, ପୁରୀବାସୀଙ୍କ ପରେ ଆଜିଠୁ ସର୍ବସାଧାରଣଙ୍କ ପାଇଁ ଖୋଲିଲା ଶ୍ରୀମନ୍ଦିର । କରୋନା କଟକଣା ମାନି ଶ୍ରୀଜିଉ ମାନଙ୍କ ଦର୍ଶନ କରିବେ ଶ୍ରଦ୍ଧାଳୁ । କୋରୋନା ଦ୍ୱିତୀୟ ଲହର ପାଇଁ ଦୀର୍ଘ ୪ମାସ ହେବ ବନ୍ଦ ରହିଥିଲା ପୁରୀ ଶ୍ରୀମନ୍ଦିର । ତେବେ ଗତ ଅଗଷ୍ଟ ୧୬ରୁ ଶ୍ରୀମନ୍ଦିର ଖୋଲିଥିବା ବେଳେ ପର୍ଯ୍ୟାୟକ୍ରମେ ସେବାୟତ ଏବଂ ପୁରୀ ବାସୀଙ୍କ ପରେ ଆଜିଠାରୁ ସର୍ବସାଧାରଣଙ୍କ ମନ୍ଦିର ପ୍ରବେଶକୁ ଅନୁମତି ମିଳିଛି ।
Download Argus News App
