ଅଧିକ ପଢନ୍ତୁ ଓଡ଼ିଶା ଖବର
ସେପଟେ ଶ୍ରୀମନ୍ଦିରକୁ ପ୍ରତିଦିନ ଲକ୍ଷ ଲକ୍ଷ ସଂଖ୍ୟକ ଭକ୍ତ ଶ୍ରଦ୍ଧାଳୁଙ୍କ ଆଗମନ ହେଉଥିବାରୁ ଡ୍ରେସକୋଡ୍ ବ୍ୟବସ୍ଥା କାଠିକର ପାଠ ବୋଲି ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ନରେଶ୍ ଦାସ କହିଛନ୍ତି । ଶ୍ରୀମନ୍ଦିରରେ ଡ୍ରେସକୋଡ୍ ବ୍ୟବସ୍ଥା ଲାଗୁ କରିବା ପୂର୍ବରୁ ସମସ୍ତ ଭିତ୍ତିଭୂମି ତିଆରି କରାଯିବା ପରେ ଏହା ବ୍ୟବସ୍ଥା ଲାଗୁ କରାଯିବାକୁ ସେ ଶ୍ରୀମନ୍ଦିର ପ୍ରଶାସନକୁ ଅନୁରୋଧ କରିଛନ୍ତି । ସେପଟେ ଶ୍ରୀମନ୍ଦିରରେ ଡ୍ରେସକୋଡ୍ ଲାଗୁ ହେବା ସମ୍ପର୍କରେ ମଧ୍ୟ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାସ ପ୍ରତିକ୍ରିୟା ରଖିଛନ୍ତି । ଆଧ୍ୟାତ୍ମିକ ସ୍ଥଳରେ ପାରମ୍ପରିକ ପୋଷକ ପିନ୍ଧିବା ଦ୍ଵାରା ଏହାର ପବିତ୍ରତା ବଜାୟ ରହିବ । ମହିଳା ଭକ୍ତମାନେ ନିଜ ପିନ୍ଧିଥିବା ବସ୍ତ୍ରରେ ଶାଳୀନତା ଅବଲମ୍ବନ କରିବା ସହ ପାରମ୍ପରିକ ଶାଢୀ କିମ୍ବା ସାଲୁଆର୍ ପରିଧାନ କରିବା ଆବଶ୍ୟକ । ଓ ପୁରୁଷ ମାନେ ମଧ୍ୟ ଧୋତି ପିନ୍ଧିବା ଆବଶ୍ୟକ । ତେବେ ଏହା ଏକ ସମୟ ସାପେକ୍ଷ ଚିନ୍ତାଧାରା ହୋଇଥିବା ବେଳେ ପରିଚାଳନା କମିଟି ବୈଠକରେ ଏନେଇ ମତାମତ ଲୋଡାଯିବ ।
ଅନ୍ୟପଟେ କେବଳ ଭକ୍ତମାନେ ନୁହନ୍ତି ବରଂ ସେବାୟତ, ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ, ଶ୍ରୀମନ୍ଦିର ପ୍ରଶାସନର କର୍ମଚାରୀ ମାନଙ୍କ ପାଇଁ ମଧ୍ୟ ଡ୍ରେସକୋଡ୍ ବ୍ୟବସ୍ଥା ଲାଗୁ କରାଯିବା କଥା ବିଚାରବିମର୍ଶ ଚାଲିଥିବା ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ତଥା ପୁରୀ ଜିଲ୍ଲାପାଳ କହିଛନ୍ତି । ଶ୍ରୀମନ୍ଦିର ଭିତରେ ଡ୍ରେସକୋଡ୍ ବ୍ୟବସ୍ଥା ଲାଗୁ କରାଗଲେ ସେବାୟତଙ୍କ ଆଚରଣ ଉଚାରଣରେ ପରିବର୍ତ୍ତନ ହେବା ସହ ଭକ୍ତମାନେ ମଧ୍ୟ ଶାଳୀନତା ପୋଷାକ ପିନ୍ଧିଲେ ଆଧ୍ୟାତ୍ମିକତାର ମହତ୍ତ୍ଵ ବଜାୟ ରହିବ ବୋଲି ମତ ପ୍ରକାଶ ପାଇଛି ।