ବାଇକକୁ ଧକ୍କା ଦେଲା ଡମ୍ଫର
ପୁରୀ: ପୁରୀ ସହରରେ କୁକୁର ବଂଶବୃଦ୍ଧି ନିୟନ୍ତ୍ରଣ କରିବା ନିମନ୍ତେ ଜିଲ୍ଲାପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି । ଏ ସଂକ୍ରାନ୍ତୀୟ ଷ୍ଟିୟରିଂ କମିଟି ବୈଠକ ଜିଲ୍ଲାପାଳ ବଲୱନ୍ତ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି । ଗୋଟିଏ ମାସ ମଧ୍ୟରେ ପ୍ରାୟ ୮୪ କୁକୁରଙ୍କ ବନ୍ଧ୍ୟାକରଣ କରାଯାଇଛି । ଦିନକୁ ୧୨ଟି କୁକୁରର ଜନ୍ମ ନିଯନ୍ତ୍ରଣ କରାଯିବା ନେଇ ଲକ୍ଷ ରଖାଯାଇଛି । ପ୍ରତ୍ୟେକ କୁକୁର ପିଛା ୨୫୦ ଟଙ୍କା ଖର୍ଚ୍ଚ କରାଯିବ । ଏସଂକ୍ରାନ୍ତୀୟ ପ୍ରସ୍ତାବ ସରକାରଙ୍କୁ ପଠାଯିବ ।
ଏଥିପାଇଁ ଆଉ ଜଣେ ସର୍ଜନ, ଦୁଇ ଜଣ ବୈଷୟିକ ସହାୟକ, ଜଣେ ପ୍ରଶିକ୍ଷତ କୁକୁର ଧରାଳିଙ୍କୁ ନିଯୁକ୍ତ ଦିଆଯିବ । କୁକୁର ରହିବାସ୍ଥାନ, ବନ୍ଧ୍ୟାକରଣ କକ୍ଷ ଏବଂ ଆବଶ୍ୟକୀୟ ଉପକରଣ ବ୍ୟବସ୍ଥା କରିଯିବ । ପ୍ରାଣୀ ହିଂସା ବିରୋଧୀ ସମିତିର ଜଣେ ଅଧିକାରୀ ନିଯୁକ୍ତ ହେବେ । କୁକୁର ମାନଙ୍କୁ ଖାଦ୍ୟ ଯୋଗାଇ ଦେବାକୁ ଏକ ଏଜେନ୍ସି ଚୟନ କରାଯିବ । ଏଥିନିମନ୍ତେ ଆବଶ୍ୟକୀୟ ପଦକ୍ଷେପ ନେବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଧେଶ ଦିଆଯାଇଛି ।