ଗତବର୍ଷ ଜୁଲାଇ ମାସରେ ଜିଲ୍ଲା ବାହାର ଶବଦାହ ଉପରେ କଟକଣା ଲଗାଯାଇଥିଲା।ପୁରୀରେ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏଭଳି ପଦକ୍ଷେପ ନିଆଯାଇଛି । ସ୍ଥିତିରେ ସୁଧାର ହେଲେ ପୁଣି ନିର୍ଦ୍ଦେଶନାମାରେ ପରିବର୍ତ୍ତନ ହେବ।
କୋଭିଡରେ ମୃତ୍ୟୁବରଣ କଲେ ସିପସରୁବାଲି ଅଞ୍ଚଳ ମଙ୍ଗଳାନଦୀ ଘାଟ ନିକଟରେ ଶବଦାହ କରାଯାଉଛି। ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଏନେଇ ସୁଚନା ଦେଇଛନ୍ତି । ସେପଟେ ଖାଲି ଶବଦାହ ପାଇଁ ନୁହେଁ ମହୋଦଧିରେ ଅସ୍ଥି ବିସର୍ଜନ ଓ ଶ୍ୱେତଗଙ୍ଗାରେ ଶୁଦ୍ଧି କ୍ରିୟା ଓ ସ୍ନାନ କାର୍ଯ୍ୟକୁ ମଧ୍ୟ ବନ୍ଦ କରାଯିବାକୁ ନେଇ ମଧ୍ୟ ବିଜ୍ଞପ୍ତି ହୋଇପାରେ।