ଏହାକୁ ସ୍ୱୟଂ ଲକ୍ଷ୍ମୀ ପାକଶାଳାରେ ପ୍ରସ୍ତୁତ କରନ୍ତି । ଶ୍ରୀକ୍ଷେତ୍ର ଅଧିଷ୍ଠାତ୍ରୀ ଦେବୀ ମା ବିମଳା ଏହାର ପ୍ରସ୍ତୁତି ଓ ପରିବେଶଣ ପ୍ରକ୍ରିୟାକୁ ତଦାରଖ କରନ୍ତି । ତେଣୁ ଏହି ମହାପ୍ରସାଦ ସବୁ ଦୃଷ୍ଟିରୁ ବିଜ୍ଞାନ ସମ୍ମତ, ସନ୍ତୁଳିତ ଓ ରୁଚିକର ଖାଦ୍ୟ । ମହାପ୍ରସାଦ ମଧ୍ୟରେ ମୂଳା ରାଇତା ଅନ୍ୟତମ...
ସାମଗ୍ରୀ-
ମୂଳା-1/2 କିଗ୍ରା
ଦହି-400ଗ୍ରାମ୍
ଖୁଆ-50ଗ୍ରାମ
ଚିନି-200ଗ୍ରାମ
ସେଓ-100ଗ୍ରାମ
ଅଙ୍ଗୁର-100ଗ୍ରାମ
ବେଦନା-100ଗ୍ରା
ଧନିଆ ପତ୍ର-ଆବଶ୍ୟକ ଅନୁସାରେ
ଲୁଣ
ଅଦା,ଆମ୍ବଅଦା-ସ୍ୱାଦ ଅନୁଯାୟୀ
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ମୂଳାକୁ ଅତି ସରୁ ସରୁ କୋରି ବା କାଟି ରଖାଯାଏ । ଏହାପରେ ଏହି କୁଡୁଆରେ ଦହି,ଚିନି,ଛେଚାଅଦା, ଆମ୍ବଅଦା,ଲୁଣ,ଖୁଆ,ସେଓ,ଅଙ୍ଗୁର,ବେଦେନା,ଧନିଆ ପତ୍ର ଆଦି ସମସ୍ତ ଜିନିଷ ସହିତ ମୂଳା ପକାଇ ଗୋଳାଇ ଦିଆଯାଏ ।ଏଥିରେ ସନ୍ଧବ ଲବଣ ପକାଇଲେ ଚଳିବ । କିନ୍ତୁ ଶ୍ରୀକ୍ଷେତ୍ରରେ ଏହା ନିଷଧେ ଅଟେ ।