କାମ ଦେବନି କପଡା ମାସ୍କ
ପୁରୀ: କରୋନା ଲେଉଟାଣି ପରେ କଟକଣା କରାଗଲା ଜଗା ଦର୍ଶନ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୂଆ ଏସଓପି ଜାରି କରାଯାଇଛି । ଆଜିଠାରୁ ପ୍ରତି ରବିବାର ଶ୍ରୀମନ୍ଦିରରେ ଭକ୍ତ ଦର୍ଶନ ବନ୍ଦ ରଖିବାକୁ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଛି ।
ଆଜି ଅଗ୍ନିଶମ ବିଭାଗ ପକ୍ଷରୁ ଶ୍ରୀମନ୍ଦିର ଭିତରେ ଓ ବାହାରେ ବିଶୋଧନ କରାଯାଇଛି । ଆଗକୁ ନିୟମ ଆହୁରି କଡାକଡି କରିବା ସହ ବାହାର ଭକ୍ତଙ୍କ ଦର୍ଶନ ଉପରେ କଟକଣା ଲଗାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ଅନ୍ୟପକ୍ଷରେ ଆଜି ଦର୍ଶନ ବନ୍ଦ ଜାଣି ନଥିବା ଶ୍ରଦ୍ଧାଳୁ ବ୍ୟାରିକେଡ୍ ବାହାରୁ ପତିତପାବନଙ୍କ ଦର୍ଶନ କରି ଫେରିଥିଲେ ।