ନଦୀକୁ ପାଣି ଆସିଲା, କିନ୍ତୁ ଶୁଖିଲା ପଡ଼ିଛି କେନାଲ । ପାଣି ବିନା ହୋଇପାରିବନି ଚାଷ କାର୍ଯ୍ୟ । ଏନେଇ ଜିଲ୍ଲା ପ୍ରଶାସନଠୁ ଆରମ୍ଭ କରି ଜଳସମ୍ପଦ ବିଭାଗ ପର୍ଯ୍ୟନ୍ତ ସମସ୍ତଙ୍କୁ ଗୁହାରି କରିଛନ୍ତି ଚାଷୀ । ତେବେ ସବୁଠୁ ବିଫଳ ହେବା ପରେ ଶେଷରେ କେନାଲ ସଫା ପାଇଁ ନିଜେ ଅଣ୍ଟା ଭିଡ଼ିଲେ ଚାଷୀ । ୩୦ଟି ଗାଁର ଚାଷୀ ଏକାଠି ହୋଇ କେନାଲରୁ ଦଳ ବାହାର କରିଛନ୍ତି । ସେପଟେ ୬୨ ଲକ୍ଷ ଟଙ୍କା ବ୍ୟୟରେ କେନାଲ ସଫା ପାଇଁ ଫଳକ ଲାଗାଇ ଚୁପ ବସିଛି ଜଳସମ୍ପଦ ବିଭାଗ ।
କେନାଲକୁ ପାଣି ଆସୁ ନଥିବାରୁ ଚାଷୀଙ୍କ ସ୍ଥିତି ସଙ୍ଗୀନ ହୋଇପଡ଼ିଛି । ଧାର କରଜ କରି ଚାଷ କରୁଥିବା ଚାଷୀ ଏବେ ଋଣ ଶୁଝିବା ଚିନ୍ତାରେ । ତେବେ କେବେ ବଦଳିତ ବ୍ରହ୍ମଗିରି ଚାଷୀଙ୍କ ଭାଗ୍ୟ ଦେଖିବାକୁ ଅପେକ୍ଷା ।