ହେଲେ ପରେ କୁକୁଡା ଟି ମୃତ ଅବସ୍ଥାରେ ମିଳିଥିଲା , କୁକୁଡାକୁ ଭୋଜି ଉଦ୍ଧେଶ୍ୟରେ ହତ୍ୟା କରାଯାଇଥିବା ଅଭିଯୋଗରେ ଉଭୟଙ୍କ ମଧ୍ୟରେ ଜୋରଦାର ବଚସା ହୋଇଥିଲା । ଭୀମସେନ ଖଣ୍ଡେଇ ନିଜ ବାଡିରେ କୀଟନାଶକ ସିଞ୍ଚନ କରିଥିବାରୁ କୁକୁ଼ଡା ଟି ମରିଯାଇଥିବା କହିଥିଲେ । ହେଲେ ବିବାଦ ଉଗ୍ର ରୂପ ନେବାରୁ ଗାଁର ଦକ୍ଷିଣ ସାହିରେ ବସିଥିଲା ନିଶାପ ।
ହେଲେ ବିଡମ୍ବନା କୁକୁଡା ପ୍ରସଂଗ ଆଲୋଚନା ପୂର୍ବରୁ କିଏ ମାରିଲା ଆଉ କାହିଁ ମାରିଲା କଥା କଟାକଟି ହୋଇ ଆରମ୍ଭ ହୋଇଥିଲା ମାରପିଟ୍ । ଆଉ ଗାଁଲୋକଙ୍କ ଆଗରେ ଚାଲିଥିଲା କୁକୁଡା ପାଇଁ ମଣିଷଙ୍କ ଗୋଷ୍ଠୀ ସଂଘର୍ଷ । ଏହି ସଂଘର୍ଷରେ ଆନନ୍ଦ ନାଏକ ଗୁରୁତର ଆହତ ହୋଇ ତଳେ ପଡିଯାଇଥିଲେ । ତାଙ୍କୁ ସଙ୍ଗେ ସଙ୍ଗେ ଭଦ୍ରକ ଡାକ୍ତରଖାନା ଓ ପରେ କଟକ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଆନନ୍ଦଙ୍କର ମୃତ୍ୟୁ ଘଟିଛି । ଘଟଣାକୁ ନେଇ ଗାଁରେ ଉତ୍ତେଜନା ଲାଗିରହିଥିବା ବେଳେ ଗ୍ରାମରେ ପୋଲିସ ପହଁଚି ତଦନ୍ତ ଜାରି ରଖିଛି ।