ଅଧିକ ପଢନ୍ତୁ : ବଲାଙ୍ଗୀରରେ ମାଟ୍ରିକ ପ୍ରଶ୍ନପତ୍ର ଭାଇରାଲ
ବିଧାନସଭାରେ ମାଟ୍ରିକ ପ୍ରଶ୍ନପତ୍ର ଭାଇରାଲ ପ୍ରସଙ୍ଗ ଉଠାଇ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । ଜୟନାରାୟଣ କହିଛନ୍ତି, ମାଟ୍ରିକ ପ୍ରଶ୍ନପତ୍ର ବାହାରେ ଘୁରି ବୁଲୁଛି । ଗୋଟିଏ ଅଡିଓ ବି ବୁଲୁଚି ଯେଉଁଥିରେ ପିଲାଙ୍କୁ କୁହାଯାଉଛି 10 ହଜାର ଟଙ୍କା ଦେଲେ ଗୋଟିଏ ପ୍ରଶ୍ନ ପତ୍ର ମିଳିବ । ଏହା କଣ ୫ଟି ବୋଲି ପ୍ରଶ୍ନ କରିଛନ୍ତି ଜୟନାରାୟଣ ।
ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ରରେ ଥିବା ତ୍ରୁଟିକୁ ସ୍ୱୀକାର କରିଛି ବୋର୍ଡ଼ । ଏହାକୁ ମୁଦ୍ରଣ ଜନିତ ତ୍ରୁଟି କହିଛନ୍ତି ବୋର୍ଡ଼ ସଭାପତି । କିଛି ସେଣ୍ଟରରେ ଏହିଭଳି ତ୍ରୁଟି ହୋଇଥିବା ଜଣାପଡିଛି । ଇତିହାସ ଓ ଭୂଗୋଳ ପ୍ରଶ୍ନ ପତ୍ରରେ ଏଭଳି ମୁଦ୍ରଣ ଜନିତ ତ୍ରୁଟି ହୋଇଛି । କଣ ପାଇଁ ଏଭଳି ତ୍ରୁଟି ହେଲା ତଦନ୍ତ ହେବ ବୋଲି କହିଛନ୍ତି ବୋର୍ଡ଼ ସଭାପତି । ତେବେ ପ୍ରଶ୍ନପତ୍ର ଭାଇରାଲକୁ ଅସ୍ବୀକାର କରିଛନ୍ତି ।
ମାଟ୍ରିକ ପରୀକ୍ଷା ଆରମ୍ଭରୁ ଗୋଟିଏ ପରେ ଗୋଟିଏ ବିଭ୍ରାଟ । କେତେବେଳେ ପ୍ରଶ୍ନପତ୍ରରେ ତ୍ରୁଟି ତ ଆଉ କେତେବେଳେ ଭାଇରାଲ୍ ହେଉଛି ପ୍ରଶ୍ନପତ୍ର । ବଡ ପ୍ରଶ୍ନ, ଭାଇରାଲ୍ ପ୍ରଶ୍ନପତ୍ରକୁ ଯାଞ୍ଚ କରିବେ ତ ଗଣଶିକ୍ଷା ବିଭାଗ ? ଭାଇରାଲରେ ସମ୍ପୃକ୍ତ କର୍ମଚାରୀଙ୍କ ବିରୋଧରେ ହେବ ତ କାର୍ଯ୍ୟାନୁଷ୍ଠାନ ?