ଗୋଟିଏ ପରେ ଗୋଟିଏ ସ୍ଥାନରୁ ପ୍ରତିଦିନ ଏଭଳି ଘଟଣା ସାମ୍ନାକୁ ଆସୁଛି, ହେଲେ କାର୍ଯ୍ୟାନୁଷ୍ଠାନ ଫେଲ। ଯେଉଁଥି ପାଇଁ ପିଲାଙ୍କର ମଧ୍ୟ ସାହସ ବଢ଼ିବାରେ ଲାଗିଛି। କଲେଜମାନଙ୍କରେ ରାଗିଂକୁ ବାରଣ କରାଯାଇଥିବାବେଳେ ମଧ୍ୟ ଏହା ବଢ଼ି ଚାଲିଛି।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।
ଅର୍ଗସ ବ୍ୟୁରୋ: ବୁର୍ଲା ଭିସୁଟରେ ପୁଣି ରାଗିଂ।ଶେଷ ବର୍ଷର ଛାତ୍ର ଦ୍ୱିତୀୟ ବର୍ଷର ଛାତ୍ର ଙ୍କୁ ରାଗିଂ କରିଥିବା ଅଭିଯୋଗ ହୋଇଛି।ଏନେଇ କର୍ତ୍ତୃପକ୍ଷଙ୍କ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଭିସୁଟ କଳାପତି ବଂଶୀଧର ମାଝୀ ସୂଚନା ଦେଇଛନ୍ତି।ଏହି ଘଟଣାକୁ ନେଇ ବୁର୍ଲା ଥାନାରେ ମଧ୍ୟ ଲିଖିତ ଅଭିଯୋଗ ହୋଇଛି।ଏହି ଘଟଣାକୁ ନେଇ ପୋଲିସର ତଦନ୍ତ ଜାରି ରହିଛି।
ଗୋଟିଏ ପରେ ଗୋଟିଏ ସ୍ଥାନରୁ ପ୍ରତିଦିନ ଏଭଳି ଘଟଣା ସାମ୍ନାକୁ ଆସୁଛି, ହେଲେ କାର୍ଯ୍ୟାନୁଷ୍ଠାନ ଫେଲ। ଯେଉଁଥି ପାଇଁ ପିଲାଙ୍କର ମଧ୍ୟ ସାହସ ବଢ଼ିବାରେ ଲାଗିଛି। କଲେଜମାନଙ୍କରେ ରାଗିଂକୁ ବାରଣ କରାଯାଇଥିବାବେଳେ ମଧ୍ୟ ଏହା ବଢ଼ି ଚାଲିଛି।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।
ଅର୍ଗସ ବ୍ୟୁରୋ: ବିଶ୍ୱକପ ପୂର୍ଵରୁ ଭାରତୀୟ ଦଳ ଆଜି ଅଷ୍ଟ୍ରେଲିଆ ସହ ମୁହାଁ ମୁହିଁ ହେବ । ୩ ମ୍ୟାଚ ବିଶିଷ୍ଟ ସିରିଜର ପ୍ରଥମ ମ୍ୟାଚ ଆଜି ମୋହାଲିରେ ଖେଳାଯିବ । ବିରାଟ କୋହିଲି, ରୋହିତ ଶର୍ମା ଓ ହାର୍ଦ୍ଧିକ ପାଣ୍ଡିଆଙ୍କ ଅନୁପସ୍ଥିତିରେ କେ ଏଲ ରାହୁଲ ପ୍ରଥମ ଦୁଇଟି ମ୍ୟାଚରେ ଭାରତୀୟ ଦଳର ନେତୃତ୍ଵ ନେବେ ।
ଅକ୍ଟୋବର ୫ ରୁ ଆରମ୍ଭ ହେଵାକୁ ଥିଵା ଆଇସିସି ୱାଲ୍ଡକପ ପୂର୍ଵରୁ ଅଷ୍ଟ୍ରେଲିଆ ଦଳକୁ ପରକ୍ଷିଵା ପାଇଁ ଏକ ଉତ୍ତମ ସୁଯୋଗ ହେଵ । ଦିନିକିଆ ସିରିଜିର ଅନ୍ୟ ଦୁଇଟି ମ୍ୟାଚ ସେପ୍ଟେମ୍ଵର ୨୪ ଓ ସେପ୍ଟେମ୍ଵର ୨୭ରେ ରାଜକୋଟରେ ଖେଳାଯିଵ ।
ଦୀର୍ଘ ୧୨ ବର୍ଷ ତଳେ ୨୦୧୧ ମସିହାରେ ଭାରତୀୟ ଦଳ ୱାଲ୍ଡକପ ଟ୍ରଫି ହାତେଇ ଥିଲା । ତେଣୁ ଟ୍ରଫି ହାତେଇଵା ପାଇଁ ଭାରତୀୟ ଦଳ ଵେଶ ଆଶାଵାଦୀ ରହିଥିଵାଵେଳେ ଆଗାମୀ ୱାଲ୍ଡକପ ସଂସ୍କରଣରେ ଭାରତୀୟ ଦଳ ଅକ୍ଟୋଵର ୮ରେ ଅଷ୍ଟ୍ରେଲିଆ ସହ ପ୍ରଥମ ମ୍ୟାଚ ଖେଳି ନିଜ ଅଭିଯାନ ଆରମ୍ଭ କରିଵ । ଏହି ମ୍ୟାଚ ଚେନ୍ନାଇରେ ଖେଳାଯିଵ ।
ଆହୁରି ପଢନ୍ତୁ ଖେଳ ଖବର...
କଟକ : ଘର ଭିତରେ ବେକରେ ଗାମୁଛାରେ ରସି ଲଗାଇ ଫ୍ୟାନରେ ଝୁଲି ଯୁବକଙ୍କ ଆତ୍ମହତ୍ୟା। ଏଭଳି ଘଟଣା ଘଟିଛି କଟକ ଜିଲ୍ଲା ସାଲେପୁର ଥାନା ଶିଶୁଆ କଲ୍ୟାଣପୁର ଗ୍ରାମରେ। ମୃତ ଯୁବକ ଜଣକ ହେଲେ କଲ୍ୟାଣପୁର ଗ୍ରାମର ଚନ୍ଦନ ଭୋଇ। ଚନ୍ଦନ ଭୋଇକୁ ପରିବାରଲୋକେ ଉଦ୍ଧାର କରି ମେଡିକାଲକୁ ଆଣିଥିଲେ। ହେଲେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଛନ୍ତି।
ଅଧିକ ପଢନ୍ତୁ ଓଡିଶା ଖବର
ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଶବକୁ ଜବତ କରିବା ସହ ଏକ ଅପମୃତ ମାମଲା ରଜୁ କରି ଶବବ୍ୟବଚ୍ଛେଦ ପାଇଁ କଟକ ପଠାଇ ତଦନ୍ତ ଆରମ୍ଭ କରିଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ପୋଲିସ ସୂଚନା ଦେଇଛି। ସୂଚନା ମୁତାବକ ଚନ୍ଦନ ଭୋଇ ବିଦ୍ୟୁତ ବିଭାଗରେ ଡ୍ରାଇଭର ଭାବେ କାମ କରନ୍ତି।
ଅର୍ଗସ ବ୍ୟୁରୋ: ମହିଳା ସଂରକ୍ଷଣ ବିଲ ଉଭୟ ଗୃହରେ ପାସ୍ ହୋଇଛି । ମୋଦି ସରକାର ଆଣିଥିବା ଏହି ବିଲକୁ ବିରୋଧୀ ଦଳ ମଧ୍ୟ ସମର୍ଥନ ଜଣାଇଛନ୍ତି । ଯାହାକୁ ନେଇ ପ୍ରେସମିଟ୍ କରି ସବୁ ଦଳକୁ ଧନ୍ୟବାଦ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଦେଶରେ ମହିଳା ଅଧିକାର ସବୁବେଳେ ଆହ୍ବାନ ରହି ଆସିଥିବାବେଳେ ମୋଦି ସରକାରରେ ଏହାର କ୍ରିୟାନ୍ବୟନ ସମ୍ଭବ ହୋଇପାରିଛି ।
ମୋଦିଙ୍କ ଶାସନରେ ମହିଳାଙ୍କ ଅଧିକାର ଆହୁରି ବିସ୍ତୃତ ହୋଇଛି । ମହିଳାଙ୍କୁ ମାଗଣା ବିଜୁଳି ହେଉ, ଅବା ମହିଳାଙ୍କୁ ମାଗଣା ରାସନ, ମ୍ୟାଟରନିଟି ଲିଭର ପିରିୟଡ଼ ବୃଦ୍ଧି ସହ ଦେଶର ପ୍ରତିରକ୍ଷା କ୍ଷେତ୍ରରେ ମହିଳାଙ୍କ ବଳିଷ୍ଠ ଅବଦାନରେ ବୃଦ୍ଧି ସମ୍ଭବ ହୋଇଛି । ଯାହା ମୋଦି ସରକାରରେ ମହିଳାଙ୍କ ଅଧିକାରକୁ ଗୁରୁତ୍ବର ସବୁଠୁ ବଳିଷ୍ଠ ଉଦାହରଣ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ।
ଏହା ଛଡ଼ା ସଂସଦର ଉଭୟ ସଦନରେ ମହିଳା ସଂରକ୍ଷଣ ବିଲ୍ ନାରୀ ଶକ୍ତି ବନ୍ଦନ ବିଧେୟକ ସର୍ବସମ୍ମତିରେ ପାସ୍ ହେବା ଦେଶର ଗଣତନ୍ତ୍ରରେ ମହିଳାଙ୍କ ଭାଗିଦାରୀ ବୃଦ୍ଧି କରିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
ଆହୁରି ପଢନ୍ତୁ ଭାରତ ଖବର...