ଅଭିଷେକ ନାହାକ ନାମକ ଜଣେ 24 ବର୍ଷୀୟ ଯୁବକ ହାତରେ ଏକ ପ୍ଲାଷ୍ଟିକ ଠେଙ୍ଗା ଧରି ନବାଗତା ଛାତ୍ରୀଙ୍କୁ ବିଭିନ୍ନ ଅଶ୍ଳୀଳ ଭାଷା କହି ରାଗିଙ୍ଗ କରୁଥିବା ଭିଡିଓ ଭାଇରାଲ ହୋଇଥିଲା । ଘଟଣା ପରେ ଗତକାଲି ଅଭିଷେକ ନାହାକ ନାମକ ଛାତ୍ରଙ୍କୁ ଗିରଫ ହୋଇଥିବା ବେଳେ ରାତିରେ ଆଉ ଜଣେ 18 ବର୍ଷର ଛାତ୍ର ଗିରଫ ହୋଇଛନ୍ତି ।
ଏହି ଘଟଣାରେ ପୋଲିସ ଆଉ ୩ଜଣ ଛାତ୍ରଙ୍କୁ ଅଟକ ରଖିଛି । ଅନ୍ୟପଟେ ଆଜି ବଡ଼ ବଜାର ପୋଲିସ କଲେଜରେ ପହଞ୍ଚି ତଦନ୍ତ କରିଛି । ଗିରଫ ଛାତ୍ରଙ୍କୁ କଲେଜରୁ ବହିଷ୍କାର କରିବା ପାଇଁ ପୋଲିସ ସୁପାରିଶ କରିବ ବୋଲି ଜଣାପଡିଛି ।