ନନ୍ଦନକାନନରେ ଜନ୍ମାନେଲା 3 ବାଘ ଛୁଆ....
ଭୁବନେଶ୍ଵର: ଆଜି ଓଏସସିବିସି କମିଶନ ଭାବରେ ରଘୁନାଥ ବିଶ୍ଵାଳ ଦାୟିତ୍ଵ ନେଇଛନ୍ତି । ଏହାସହ ତିନିଜଣ ସଦସ୍ୟ ଡକ୍ଟର ନବନୀତା ରଥ ଓ ମିତାଲି ଚିନ୍ନାରା ଓ ପ୍ରଶନ୍ନ କୁମାର ପାତ୍ର ଦାୟିତ୍ଵ ନେଇଛନ୍ତି । ଦାୟିତ୍ଵ ଗ୍ରହଣ ପରେ କମିଶନ ରଘୁନାଥ ବିଶ୍ଵାଳ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଯଦି କୌଣସି ଜାତିରେ ଲୋକ ଓବିସି ବର୍ଗକୁ ଆସିବା ପାଇଁ ଚାହିଁବ ଆସି ପାରିବେ। ଏହାସହ କୈାଣସି ଓବିସି ବର୍ଗରେ ଥାଇ ଯଦି ସାମାଜିକ ଓ ଆର୍ଥିକ ସ୍ତରରେ ସ୍ଵଛଳ ଥାନ୍ତି ସେ ସେମାନଙ୍କ ନାମ ଓବିସି ତାଲିକାରୁ ହଟେଇ ପାରିବେ।
ଏଥିପାଇଁ ଏକ ଡାଟା ତିଆରି ହେବ । ରାଜ୍ୟରେ କେତେ ଓବିସି ଅଛନ୍ତି ତାହାର ଡାଟା ପ୍ରସ୍ତୁତ ହେବ ବୋଲି ସେ କହିଛନ୍ତି। ରିଜରଭେସନ ପାଇଁ ମଣ୍ଡଳ କମିଶନ ଯାହା ଅଛି ତାକୁ ଲାଗୁକରିବା ପାଇଁ ଚେଷ୍ଟା କରାଯିବ ବୋଲି ସେ କହିଛନ୍ତି ।