ସେ ପଥର ଭିତରେ ଜୀବନ ଦେଖୁଥିଲେ। ପଥରକୁ କେତେବେଳ ନାରୀ ତ କେତେବେଳେ ନର୍ତ୍ତକୀ ଗଢୁଥିଲେ। ପୁଣି କେତେବେଳେ ସେହି ପଥରରେ ନିହାଣ ଥୋଇ ଦିବ୍ୟ ସ୍ବରୂପର ଚିତ୍ର ଆଙ୍କୁଥିଲେ। କିନ୍ତୁ ଆଜି ନିଜେ ପଥର ଭଳି ସ୍ତବ୍ଦ ହୋଇଯାଇଛନ୍ତି ପଥର ବିନ୍ଧାଣୀ ପଦ୍ମବିଭୁଷଣ ରଘୁନାଥ ମହାପାତ୍ର।
ଅନେକ ପୁରସ୍କାର, ଅନେକ କଳାକୃତୀ ଗଢିଥିବା ମଣିଷ ଜଣକ ଆଜି ଇହଲୀଳା ସମ୍ବରଣ କରିଛନ୍ତି। ଉତ୍କଳ ଜନନୀଙ୍କ କୋଳରୁ ବିଦାୟ ନେଇଛନ୍ତି ଆଉ ଗୋଟିଏ ସୁନା ପୁଅ। ଅଗର୍ସ ପରିବାର ତରଫରୁ ଏହି ମହାନ୍ ମହାନ୍ ଆତ୍ମାଙ୍କୁ ସହର୍ଷ ପ୍ରଣିପାତ।