ସେ ଏହା ମଧ୍ୟ ଲେଖିଛନ୍ତି, ସ୍ବର୍ଗତ ମହାପାତ୍ର ଜଣେ ମିଷ୍ଟଭାଷୀ ବ୍ୟକ୍ତିତ୍ଵ ଥିଲେ । ନିଜ କଳାର ନିପୂଣତାରେ ପଥରକୁ ମଧ୍ୟ ଜୀବନ୍ତ କରି ଦେଉଥିଲେ। ତାଙ୍କ କଳା, ସଂସ୍କୃତି ଓ ଭାସ୍କର୍ଯ୍ୟ ପାଇଁ ଦେଶ ବିଦେଶରେ ସେ ବହୁ ପରିଚିତ ଥିଲେ ।
ଆଉ ଶିଳାରେ ପଦ୍ମ ଫୁଟିବନି କି ଆଉ କଳାର କୋଣାର୍କ ୨ୟ ହେଇ ଠିଆ ହେବନି। ତାଙ୍କ ଜୀବନର ସ୍ବପ୍ନ ଆଜି ସ୍ବପ୍ନ ହୋଇ ରହିଗଲା ସବୁଦିନ ପାଇଁ। ନିଜ କଳାର ଯାଦୁରେ ସମଗ୍ର ବିଶ୍ବକୁ ଚକିତ କରିଥିବା ପଦ୍ମବିଭୁଷଣ ରଘୁନାଥ ମହାପାତ୍ରଙ୍କ ଆବର୍ତ୍ତମାନରେ ଝୁରିବ ସାରା ଉତ୍କଳ।