ଓଡିଶା ଖବର ଅଧିକ ପଢନ୍ତୁ
ବାରମ୍ବାର ଅଭିଯୋଗ ପରେ ଆଜି ବନ ବିଭାଗ ର ଜଳେଶ୍ଵର ରେଞ୍ଜ ଏବଂ ଚାନ୍ଦିପୁର ରେଞ୍ଜ ରେ 30 ଜଣିଆ ଟିମ୍ ଚଢାଉ କରିଛନ୍ତି । ଲକ୍ଷାଧିକ ଟଙ୍କାର ଜନ୍ତ୍ରାଶ କାଠ ଜବତ କରିଛି ବନ ବିଭାଗ ।
ବାଲେଶ୍ୱର: କରତ କଳ ଉପରେ ଚଢାଉ । ବେଆଇନ କରତ କଳ ଉପରେ ବନ ବିଭାଗର 30 ଜଣିଆ ଟିମ୍ ଚଢାଉ କରି ଲକ୍ଷାଧିକ ଟଙ୍କାର ଜନ୍ତ୍ରାଶ ଜବତ କରିଛି। ସୂଚନା ଅନୁଯାଇ ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଳକ ନୋଇଘଟି ଏବଂ କାଲିଆଖିଆରେ ଦୁଇଟି ବେଇଆନ ଚୋରା କରତ କଳ ଦିର୍ଘ ଦିନ ଧରି ଚଳାଇ ଆସୁଥିଲେ।
ଓଡିଶା ଖବର ଅଧିକ ପଢନ୍ତୁ
ବାରମ୍ବାର ଅଭିଯୋଗ ପରେ ଆଜି ବନ ବିଭାଗ ର ଜଳେଶ୍ଵର ରେଞ୍ଜ ଏବଂ ଚାନ୍ଦିପୁର ରେଞ୍ଜ ରେ 30 ଜଣିଆ ଟିମ୍ ଚଢାଉ କରିଛନ୍ତି । ଲକ୍ଷାଧିକ ଟଙ୍କାର ଜନ୍ତ୍ରାଶ କାଠ ଜବତ କରିଛି ବନ ବିଭାଗ ।
ଭୁବନେଶ୍ୱର: ମାତ୍ର ଅଧଘଣ୍ଟାଏ କାଳ ବୈଶାଖୀ, ହେଲେ ୬-୭ ଘଣ୍ଟା ଧରି ବିଦ୍ୟୁତ୍ କାଟ । ପୁରା ଅନ୍ଧାରରେ ରାଜଧାନୀ । ଏମିତି କି ଆଜି ସକାଳ ଯାଏ ବି ଅନେକ ଅଞ୍ଚଳରେ ଆସିନାହିଁ ବିଦ୍ୟୁତ । ଗତକାଲି ଅପରାହ୍ନରେ ଭୁବନେଶ୍ବରରେ କାଳବୈଶାଖୀ ବର୍ଷା ହୋଇଥିଲା । ସାଙ୍ଗକୁ ପ୍ରବଳ ପବନ ବି ହୋଇଥିଲା । ଅଧଘଣ୍ଟାରେ ଥମିଥିବା କାଳବୈଶାଖୀ, ହେଲେ ବର୍ଷା ଆରମ୍ଭରୁ ବିଦ୍ୟୁତ ଯାଇଥିଲା ଯେ, ରାତି ୧୧ ଯାଏ ଆସିଲା ନାହିଁ । ଫଳରେ ଅପରାହ୍ନ ପରଠୁ ପୁରା ଅନ୍ଧାର ହୋଇଯାଇଥିଲା ରାଜଧାନୀର ପ୍ରାୟ ସମସ୍ତ ଅଞ୍ଚଳ ।
କିଛି ଅଞ୍ଚଳରେ ୩ ଘଣ୍ଟା ପରେ ବି ବିଦ୍ୟୁତ୍ ସରବରାହ ସ୍ବାଭାବିକ ହୋଇଥିବା ବେଳେ ଅଧିକାଂଶ ଅଞ୍ଚଳ ଏବେ ବି ଅନ୍ଧାରରେ ରହିଛି । ଖୋଦ୍ ମୁଖ୍ୟ ଶାସନ ସଚିବ ରାତି ୧୧ଟା ବେଳେ ଏହି ଘଟଣାରେ ହସ୍ତକ୍ଷେପ କରିଥିଲେ । ଟ୍ବିଟ୍ କରି ଭୁବନେଶ୍ବରରେ ବିଦ୍ୟୁତ ପୁନଃସଂଯୋଗ କାର୍ଯ୍ୟ ଧିମା ଗତିରେ ହେଉଛି ବୋଲି ଅସନ୍ତୋଷ ପ୍ରକାଶ କରିଥିଲେ । ଏହାକୁ ସାଧାରଣ ଲୋକ ଗ୍ରହଣ କରିବେ ନାହିଁ । କାଳବୈଶାଖୀରେ ବିଦ୍ୟୁତ୍ ପୁନଃସଂଯୋଗ ଯଦି ଏତେ ଧିମା, ତେବେ ବାତ୍ୟାରେ ପରିସ୍ଥିତି କ’ଣ ହେବ ବୋଲି ପ୍ରଶ୍ନ କରିଥିଲେ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
କଟକ: ଅସୁରକ୍ଷିତ ହୋଇପଡିଛି ଦେବୀ ନଦୀର ପଠା । ନଦୀର ବନ୍ୟା ଜଳ କୁଳକ୍ଷୟ କରିବାରେ ଲାଗିଛି । ବ୍ୟାପକ ତଟକ୍ଷୟ ହେଉଥିବାରୁ ଏହାକୁ ସୁରକ୍ଷା ଦେବା ପାଇଁ ଆଗେଇ ଆସିଛନ୍ତି ନିଆଳି ବ୍ଲକ ତିହୁଡ଼ି ପଞ୍ଚାୟତ ପାରିମାଳ ଗାଁର ଯୁବ ଗୋଷ୍ଠୀ । ୨୦ ରୁ ଅଧିକ ଯୁବକ ଏକାଠି ହୋଇ ନଦୀବନ୍ଧକୁ ସୁରକ୍ଷା ସହିତ ପରିବେଶକୁ ସଜାଡ଼ିବା ପାଇଁ ଆରମ୍ଭ କରିଛନ୍ତି ଉଦ୍ୟମ । ଶ୍ରମ ,ସମୟ ଓ ଆର୍ଥିକ ସହଯୋଗ କରି ବିଗତ ଦୁଇବର୍ଷରେ ସେମାନେ ପାଖାପାଖି ୧୦୦୦ ଚାରା ଲଗାଇ ସେଗୁଡିକର ଦେଖାରଖା କରୁଛନ୍ତି । ପ୍ରତ୍ୟେକ ଦିନ ୧୦ଜଣ ଯୁବକ ବନୀକରଣ ହୋଇଥିବା ସ୍ଥାନକୁ ତଦାରଖ କରୁଥିବା ବେଳେ ଆବଶ୍ୟକୀୟ ଶ୍ରମଦାନ କରୁଛନ୍ତି । ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି କରାଯାଇଥିବା ବନୀକରଣର ଚିହ୍ନ ନଥିବା ବେଳେ ଏଠାରେ ଯୁବଗୋଷ୍ଠୀଙ୍କ ଉଦ୍ୟମରେ ରୋପିତ ଗଛ ଗୁଡିକ ଆସ୍ତେ ଆସ୍ତେ ବଡ଼ ହେବାରେ ଲାଗିଛି ।
ନଦୀବନ୍ଧ ଓ ପଠାର ସୁରକ୍ଷା ପାଇଁ କରାଯାଉଛି ବୃକ୍ଷରୋପଣ । ପ୍ରଥମେ ୪୦୦ ଗଛ ରୋପିତ ହେବା ପରେ ଦ୍ୱିତୀୟ ପର୍ଯ୍ୟାୟରେ କୋଣାର୍କ ଅଞ୍ଚଳରୁ ୬୦୦ ଝାଉଁ ଚାରା କିଣି ଆଣି ରୋପଣ କରିଛନ୍ତି ଯୁବଗୋଷ୍ଠୀ । ଝାଉଁ ସହିତ ରୋପିତ ହୋଇଛି ଦ୍ରୁତ ବଢୁଥିବା ଯୁକାଲିପଟାସ । ଏବେ କିଛି ଗଛ ୪/୫ ଫୁଟ ଉଚ୍ଚ ହୋଇଯାଇଥିବା ବେଳେ କେତେକ ଗଛ ନୂଆ ଲାଗିଛି । କେବଳ ଚାରା ନୁହଁ ଜଳସେଚନ ପାଇଁ ମଧ୍ୟ ପକେଟରୁ ଖର୍ଚ୍ଚ କରିଛନ୍ତି ଯୁବଗୋଷ୍ଠୀ । ସରକାର ନ ଶୁଣିବା ପରେ ହାତରୁ ଖର୍ଚ୍ଚ କରି କରାଯାଇଛି ଜଳସେଚନ ବ୍ୟବସ୍ଥା । ଦୁର୍ବଳ ନଦୀବନ୍ଧକୁ ସୁରକ୍ଷା ଓ ତଟକ୍ଷୟକୁ ରୋକିବା ଦିଗରେ ଯୁବ ଗୋଷ୍ଠୀଙ୍କ ଏଭଳି ଉଦ୍ୟମକୁ ପ୍ରଶଂସା କରିଛନ୍ତି ଅଞ୍ଚଳବାସୀ
ଅଧିକ ପଢନ୍ତୁ ଓଡ଼ିଶା ଖବର
ପୁରୀ: ମହିଳା ସ୍ବାସ୍ଥ୍ୟକର୍ମୀ ମଞ୍ଜୁଲତା ମହାରଣା ପାଇବେ ଚଳିତ ବର୍ଷର ଜାତୀୟ ଫ୍ଲୋରେନ୍ସ ନାଇଟଏଙ୍ଗଲ ପୁରସ୍କାର। ପୁରୀ ଜିଲ୍ଲାର କଣାସ ବ୍ଲକ ସାହାସପୁର ଉପକେନ୍ଦ୍ରର ମହିଳା ସ୍ବାସ୍ଥ୍ୟ କର୍ମୀ ଶ୍ରୀମତୀ ମଞ୍ଜୁଲତା ମହାରଣା ଚଳିତ ଥର ସମ୍ମାନଜନକ ଜାତୀୟ ଫ୍ଲୋରେନ୍ସ ନାଇଟଏଙ୍ଗଲ ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଭାରତୀୟ ନର୍ସିଂ କଉନ୍ସିଲର ଯୁଗ୍ମ ସଚିବ ଏ ସଂପର୍କରେ ଏକ ବାର୍ତ୍ତା ପ୍ରେରଣ କରି ଶ୍ରୀମତୀ ମଂଜୁଲତା ମହାରଣାଙ୍କୁ ଅବଗତ କରାଇବା ସହିତ ଶୁଭେଚ୍ଛା ଜଣାଇଛନ୍ତି।
କଣାସ ବ୍ଲକରେ ପ୍ରତିବର୍ଷ ବାତ୍ୟାରେ ପ୍ରଭାବିତ ହୋଇଥାଏ। ଯହା ଫଳରେ ଗାଁ ରୁ ଗାଁ କୁ ଯୋଗାଯୋଗ ବିଛିହ୍ନ ହୋଇପଡେ। ଆଉ ଏହି ସମୟରେ ନିଜ ଜୀବନକୁ ବାଜିରେ ଲଗାଇ ଦିନ ରାତି ସାହସପୁର ପଞ୍ଚାୟତ ବୁଲି ବୁଲି ରୋଗୀ ଓ ଗର୍ଭବତୀ ମହିଳା ଙ୍କୁ ସେବା ଯୋଗାଇ ଏବେ ଚର୍ଚାକୁ ଆସିଛନ୍ତି ମଞ୍ଜୁଲତା ମହାରଣା।
କେବଳ ଯେ ମଞ୍ଜୁଲତା ଗାଁ ଗାଁ ବୁଲି ରୋଗୀ ସବୋ କରି ଚର୍ଚ୍ଚାକୁ ଆସିଛନ୍ତି ତା ନୁହେଁ ସେ ଅନକେ ଅସମ୍ଭବ କାର୍ଯ୍ୟକୁ ସମ୍ଭବ କରି ଦେଖାଇଛନ୍ତି। ୨୦୦୮ ମସିହାରେ ମଞ୍ଜୁଲତା କଣାସ ରେ ANM ଭାବେ ନିଯୁକ୍ତି ପାଇବା ପରେ ବିଭିନ୍ନ ଅଞ୍ଚଳରେ କାର୍ଯ୍ୟ କରିଛନ୍ତି। ୨୦୧୩ ମସିହାରେ ମଞ୍ଜୁଲତା ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ପ୍ରସୂତି ବିଭାଗରେ ନିଯୁକ୍ତି ପାଇଥିଲେ। ସଠାରୁ ଦେଖି ଦେଖି ଗର୍ଭବତୀ ମହିଳାଙ୍କୁ ପ୍ରସବ କରାଇବା ଶିଖିଥିଲେ। ପରବର୍ତ୍ତି ସମୟରେ ସାହସପୁର ଉପସ୍ବାସ୍ଥ କେନ୍ଦ୍ରରେ ମଞ୍ଜୁଲତା ନିଯୁକ୍ତି ପାଇଥିଲେ...ଫନି ବାତ୍ୟା ସମୟରେ ପ୍ରସବ ବେଦନାରେ ଛଟପଟ ହେଉଥିବା ଗର୍ଭବତୀ ମହିଳା ଙ୍କୁ ନିଜ ଉପକେନ୍ଦ୍ରକୁ ଆଣି ପ୍ରସବ କରାଇବା କୁ ଚେଷ୍ଟା କରି ସଫଳ ହୋଇଥିଲେ..ସବେଠାରୁ ସେ ଏପରି କାର୍ଯ୍ୟ ଜାରି ରଖିଛନ୍ତି। ରାଜ୍ୟରେ ସ୍ବାସ୍ଥ୍ୟସବୋର ସ୍ବାସ୍ଥ୍ୟବସ୍ଥା ଭଲ ନଥିବା ବେଳେ କଣାସ ବ୍ଲକର ଗର୍ଭବତୀ ମହିଳାଙ୍କ ପାଇଁ ଭଗବାନ ସଦୃଶ୍ୟ ପାଲଟିଛନ୍ତି ମଞ୍ଜୁଲତା ମହାରଣା ।
ଅଧିକ ପଢନ୍ତୁ ଓଡ଼ିଶା ଖବର
\