ଏହି ଅବସରରେ ମହାପ୍ରବନ୍ଧକ ରେଳପଥର ଅଧିକାରୀ ଓ କର୍ମଚାରୀ ମାନଙ୍କୁ ହିନ୍ଦୀ ଦିବସର ଶପଥ ପାଠ କରାଇବା ସହିତ ମାନ୍ୟବର ରେଳମନ୍ତ୍ରୀଙ୍କ ବାର୍ତ୍ତାକୁ ଦୋହରାଇଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ରାଜଭାଷା ଅଧିକାରୀ ତାଙ୍କ ସମ୍ବୋଧନରେ ହିନ୍ଦୀ ଦିବସର ଇତିହାସ ଉପରେ ଆଲୋକପାତ କରିଥିଲେ ଏବଂ ହିନ୍ଦୀର ମହତ୍ତ୍ୱ ବିଷୟରେ ଆଲୋଚନା କରିଥିଲେ । ମହାପ୍ରବନ୍ଧକ ଶ୍ରୀ ଶ୍ରୀବାସ୍ତବ ତାଙ୍କ ବକ୍ତବ୍ୟରେ ରେଳ କର୍ମଚାରୀ ମାନଙ୍କୁ ଅଧିକରୁ ଅଧିକ ରାଜଭାଷା ମାଧ୍ୟମରେ ଅଫିସ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ ।
ବିଭିନ୍ନ ଆଞ୍ଚଳିକ ପ୍ରତିଯୋଗିତା ଏବଂ ରାଜଭାଷା ସହ ଜଡିତ ଅନ୍ୟ ପ୍ରତିଯୋଗିତାରେ ଭାଗନେଇଥିବା କୃତି ପ୍ରତିଯୋଗୀ ମାନଙ୍କୁ ଏହି ଅବସରରେ ମହାପ୍ରବନ୍ଧକଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ରେଳପଥର ରାଜଭାଷା ଅଧିକାରୀ ଶ୍ରୀମତୀ ୟାଲିନା ପଣ୍ଡା ପରିଚାଳନା କରିଥିଲେ ।