ଅତୀତରେ କଂଗ୍ରେସ ସରକାର ଅମଳରେ ଓଡିଶା ରାଜ୍ୟ ସର୍ବଦା ଅବହେଳିତ ହୋଇଆସୁଥିଲା । ପୂର୍ବଦ୍ୟୋୟର ବିକାଶକୁ ସର୍ବଦା ପ୍ରାଧାନ୍ୟ ଦେଇ ଆସୁଥିବା ମୋଦି ସରକାର ଚଳିତ ବର୍ଷ ବଜେଟରେ ଓଡିଶାକୁ ରେଳବାଇ କ୍ଷେତ୍ରରେ ବିକାଶ ପାଇଁ ଅଗ୍ରାଧିକାର ଦେଇଛନ୍ତି । ୨୦୦୯ରୁ ୨୦୧୪ ଭିତରେ ଓଡିଶାକୁ ହାରାହାରି ୮୩୮ କୋଟି ଟଙ୍କା ଥିବାବେଳେ କେବଳ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ୧୦୦୧୨ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ରାଜ୍ୟର ୫୭ଟି ରେଳଷ୍ଟେସନକୁ ଅମୃତ ଭାରତ ଷ୍ଟେସନରେ ଅନ୍ତର୍ଭୁକ୍ତ କରାଯାଇଛି । ନୂତନ ଜନଜାତୀୟ ଗୈାରବ କରିଡର ପାଇଁ ୨୮୪ କୋଟି, ନୂତନ ଶକ୍ତି କରିଡର ପାଇଁ ୨୮୪ କୋଟି, ବଂଦର ସଂଯୋଗୀକରଣ ପାଇଁ ୫୭ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ସ୍ଥାନୀୟ ଉତ୍ପାଦିତ ଦ୍ରବ୍ୟକୁ ଦେଶ ବିଦେଶରେ ପହଂଚାଇବା ପାଇଁ ରାଜ୍ୟର ୨୮ଟି ଷ୍ଟେସନକୁ ‘ଓ୍ôାନ୍ ଷ୍ଟେସନ - ଓ୍ôାନ୍ ପ୍ରଡକ୍ଟ’ ଜରିଆରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।
ରାଜ୍ୟ ସରକାର ଚଳିତ ବର୍ଷ ରେଳ ବଜେଟରେ ୮୪୦୦ କୋଟି ଟଙ୍କା ପ୍ରଦାନ କରିବାକୁ ଦାବୀ କରିଥିବାବେଳେ ମୋଦି ସରକାର ୧୦୦୧୨ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି, ଯାହାକି ୨୦ ପ୍ରତିଶତ ଅଧିକ । ଅନ୍ୟ ପଟେ ରାଜ୍ୟ ସରକାର ନିଜ ଆଡୁ ସହଯୋଗର ହାତ ବଢାଇ ରାଜ୍ୟରେ ରେଳବାଇ ବିକାଶ ପାଇଁ ଆଗେଇ ଆସନ୍ତୁ । ରାଜ୍ୟରେ ରେଳବାଇ ବିକାଶରେ ମୁଳ ବାଧକ ସାଜିଥିବା ଜମି ଅଧିଗ୍ରହଣ କାର୍ଯ୍ୟକୁ ତ୍ୱରାନ୍ୱିତ କରନ୍ତୁ ରାଜ୍ୟ ସରକାର । ଏହା ଦ୍ୱାରା ରାଜ୍ୟର ପ୍ରଗତି ଓ ବିକାଶ ସୁନିଶ୍ଚିତ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।