ଅଧିକ ପଢନ୍ତୁ : ତାଳଚେର- ବିମଳାଗଡ ନୂତନ ରେଳ ଲାଇନର ସେକ୍ସନକୁ ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଦ୍ୱାରା ନିରୀକ୍ଷଣ
ମହାପ୍ରବନ୍ଧକ ସରଲା ଠାରେ ନିୟମିତ ମରାମତି ସୁବିଧା ସହିତ ମାଲବାହୀ ଟ୍ରେନ୍ ପରୀକ୍ଷା (ଫ୍ରେଟ ଟ୍ରେନ ଏକ୍ଜାମିନେସନ ଉଇଥ ଆରଓଏଚ ଫାସିଲିଟି) ପାଇଁ ନିର୍ମାଣ ସ୍ଥାନ ଯାଞ୍ଚ କରିଥିଲେ ଓ ଚାଲୁରହିଥିବା ରେଳ ଭିତ୍ତିଭୂମି କାର୍ଯ୍ୟ ସମୀକ୍ଷା କରିଥିବାବେଳେ ସମ୍ବଲପୁରରେ ରେଳ ଅଧିକାରୀଙ୍କ ସହ ନିର୍ମାଣାଧୀନ ରେଳ ପ୍ରକଳ୍ପ ଗୁଡିକର ମଧ୍ୟ ସମୀକ୍ଷା କରିଥିଲେ । ସମୀକ୍ଷା ବୈଠକରେ ସମ୍ବଲପୁର ରେଳମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ଶ୍ରୀ ବିନୀତ ସିଂହଙ୍କ ସହିତ ସମ୍ବଲପୁର ଏବଂ ପୂର୍ବତଟ ରେଳପଥ ମୁଖ୍ୟାଳୟର ବରିଷ୍ଠ ଅଧିକାରୀମାନେ ଅଂଶଗ୍ରହଣ କରି ଶ୍ରୀ ଶର୍ମାଙ୍କୁ ତାଙ୍କ ଯାଞ୍ଚ ସମୟରେ ସହାୟତା କରିଥିଲେ ।
ମହାପ୍ରବନ୍ଧକ ଶ୍ରୀ ଶର୍ମା ରେଳ ଅଧିକାରୀ ମାନଙ୍କୁ ଏହି ଅଞ୍ଚଳରେ ଚାଲୁରହିଥିବା ରେଳ ଭିତ୍ତିଭୂମି କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ଏବଂ ତୃଣମୂଳ ସ୍ତରରୁ ସ୍ଥାନୀୟ ପ୍ରଶାସନ ସମେତ ସମସ୍ତ ଭାଗିଦାରୀ ମାନଙ୍କ ସହିତ ଘନିଷ୍ଠ ସମନ୍ୱୟ ରକ୍ଷା କରିବାକୁ ପରାମର୍ଶ ଦେଇଛନ୍ତି ଯାହା ଦ୍ୱାରା ନିର୍ମାଣାଧୀନ କାର୍ଯ୍ୟ ଶୀଘ୍ର ସମାପନ ହୋଇପାରିବ |