ଅଧିକ ପଢନ୍ତୁ : ସମ୍ବଲପୁରରେ ରେଳ ଅଧିକାରୀ ମାନଙ୍କ ସହିତ ଚାଲୁରହିଥିବା ରେଳ ଭିତ୍ତିଭୂମି କାର୍ଯ୍ୟର ସମୀକ୍ଷା
ନୀରିକ୍ଷଣ ସମୟରେ ଶ୍ରୀ ଶର୍ମା ବିଭିନ୍ନ ସୁବିଧା ତଥା ଆନୁସଙ୍ଗିକ ଭିତ୍ତିଭୂମି କାର୍ଯ୍ୟର ସମୀକ୍ଷା କରି ଟ୍ରେନ୍ ଚଳାଚଳ ଯେପରି ବାଧାପ୍ରାପ୍ତ ନହୁଏ ସେଥିପାଇଁ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ପୂର୍ବତଟ ରେଳପଥ ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳ ଅନ୍ତର୍ଗତ ଅନୁଗୁଳ ଜିଲ୍ଲାର ବୁଢାପଙ୍କ ଷ୍ଟେସନ ଏବଂ ଯାଜପୁର ଜିଲ୍ଲାର ସୁକିନ୍ଦା ନିକଟ ବାଘୁଆପାଳ ଷ୍ଟେସନ ମଧ୍ୟରେ 92.825 କିଲୋମିଟର ଦୈର୍ଘ୍ୟ ବ୍ରଡ ଗେଜ ସିଙ୍ଗଲ ବିଦ୍ୟୁତିକରଣ ରେଳ ଲାଇନ ସେକ୍ସନ ନିକଟରେ ପଣ୍ୟ ପରିବହନ ଯାତାୟାତ ପାଇଁ ଅନୁମତି ପାଇଛି ।
ଅନୁଗୁଳ-ସୁକିନ୍ଦା ରେଲୱେ ଲିମିଟେଡ୍ (ASRL) ଏକ ସ୍ପେଶାଲ ପରପୋଷ ଭେଇକିଲ (ଏସପିଭି) , 20 ଫେବୃଆରୀ 2009 ରେ ରେଳ ମନ୍ତ୍ରଣାଳୟ ଦ୍ୱାରା ରେଳ ବିକାଶ ନିଗମ ଲିମିଟେଡ୍ (RVNL) ମାଧ୍ୟମରେ ବୁଢାପଙ୍କ ଷ୍ଟେସନ (ଅନୁଗୁଳ) ଓ ବାଗୁଆପାଳ ଷ୍ଟେସନ୍ (ସୁକିନ୍ଦା) ମଧ୍ୟରେ ସିଙ୍ଗଲ ରେଳ ଲାଇନ ନିର୍ମାଣ ଏବଂ ରକ୍ଷଣାବେକ୍ଷଣ ପାଇଁ ଏକ ଏସପିଭି ଅନ୍ତର୍ଭୁକ୍ତ କରାଯାଇଛି । ଏହି ନୂତନ ରେଳ ଲାଇନ ଓଡ଼ିଶାର ଲୁହାପଥର ସମୃଦ୍ଧ ଅଞ୍ଚଳ (ଜୋଡା-ବଡ଼ବିଲ) ଓ ଅନୁଗୁଳ ଅଞ୍ଚଳରେ ଥିବା ଇସ୍ପାତ ଏବଂ ସ୍ପଞ୍ଜ ଲୁହା ଶିଳ୍ପ ମଧ୍ୟରେ ସିଧାସଳଖ ଲିଙ୍କ ଯୋଗାଇବ । ଏହା ମଧ୍ୟ କଳିଙ୍ଗନଗର ଶିଳ୍ପାଞ୍ଚଳର କୋଇଲା ଭିତ୍ତିକ ତାପଜ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ରକୁ ତାଳଚେର କୋଇଲା ଖଣି ବେଲ୍ଟ ମଧ୍ୟରେ ଦୂରତ୍ୱ ହ୍ରାସ କରିବ ଏବଂ ଯାତାୟାତ ମୁକ୍ତ ବିକଳ୍ପ ମାର୍ଗ ଯୋଗାଇବ । ଏହା ମଧ୍ୟ ଅନୁଗୁଳ ଅଞ୍ଚଳର ଇସ୍ପାତ କାରଖାନା, ନାଲକୋ ଏବଂ ଓଡିଶାର କଳିଙ୍ଗନଗର ଅଞ୍ଚଳରେ ଅବସ୍ଥିତ ଇଣ୍ଡଷ୍ଟ୍ରିଜ୍ କ୍ଲଷ୍ଟରର ନିକଟବର୍ତ୍ତୀ ହେବ । କଳିଙ୍ଗନଗର କମ୍ପ୍ଲେକ୍ସରୁ ମୁମ୍ବାଇ ଏବଂ ଦିଲ୍ଲୀର ତାଲଚର-ସମ୍ବଲପୁର-ଝାରସୁଗୁଡା ଦେଇ ଇସ୍ପାତ କାରଖାନାର ଫିନିଷଡ଼ ଉତ୍ପାଦ ପଠାଇବା ମଧ୍ୟ ଖଡ଼ଗପୁର ଦେଇ ଯାଉଥିବା ମାର୍ଗ ତୁଳନାରେ ନୂତନ ଆଲାଇନମେଣ୍ଟ ଏବଂ ସହଜ ହେବ ।
ରେଳ ମନ୍ତ୍ରଣାଳୟ ଏବଂ ASRL ମଧ୍ୟରେ 14 ମଇ 2010 ରେ ସ୍ୱାକ୍ଷରିତ ହୋଇଥିବା କନ୍ସେସନ ଚୁକ୍ତିରେ ଧାର୍ଯ୍ୟ କରାଯାଇଥିବା ପବ୍ଲିକ୍ ପ୍ରାଇଭେଟ ପାର୍ଟନରସିପ୍ (ପିପିପି) ମଡେଲ ମାଧ୍ୟମରେ ଏହି ପ୍ରକଳ୍ପକୁ ଅର୍ଥ ପ୍ରଦାନ କରାଯାଉଛି । ଏହି ପ୍ରକଳ୍ପ ପାଇଁ ପାଣ୍ଠି ଢାଞ୍ଚା ଷ୍ଟେକ-ହୋଲ୍ଡରଙ୍କ ଇକ୍ୱିଟି-ଅଂଶଗ୍ରହଣ ଏବଂ ବଜାରରୁ ଉଠାଯାଇଥିବା ଋଣ ମାଧ୍ୟମରେ ହୋଇଥିଲା ।