ରେଳ ବିଭାଗକୁ 2014 ରୁ 2019 ଅନୁଦାନ ବଢି ଚାଲିଛି । ଆଉ ଚଳିତ ବର୍ଷ ଏହି ଅର୍ଥ ରାଶି 9734 କୋଟି ଟଙ୍କାର ରେକର୍ଡ ସଂଖ୍ୟକ ଅନୁଦାନ ଦିଆଯାଇଛି । ଆମ ସମସ୍ତଙ୍କୁ ମିଳିତ ଉଦ୍ୟମ କରିବାକୁ ହେବ ଏହି ଅର୍ଥକୁ ଖର୍ଚ୍ଚ କରିବାକୁ ହେବ । ଜମି ଅଧିଗ୍ରହଣ ଓ ଫରେଷ୍ଟ କ୍ଲିଅରାନ୍ସ ହୋଇପାରିଲେ ଏବଂ ଏହି ଟଙ୍କାକୁ ଆମେ ଖର୍ଚ୍ଚ କଲେ ଆମକୁ ଅଧିକ ଅର୍ଥ ମିଳିବ ବୋଲି କହିଛନ୍ତି ରେଳମନ୍ତ୍ରୀ ।
ସେହିପରି ଟେଲିକମ ସେକ୍ଟରରେ 3933 ନୂଆ ସାଇଟକୁ ଆମେ ବାଛିଛୁ । ଏହାବାଦ ଯଦି କୌଣସି ଗାଁ ବଞ୍ଚିଯିବ ତାକୁ ନୋଟ କରି ତା ପାଇଁ ମଧ୍ୟ କାର୍ଯ୍ୟ କରାଯାଉଛି । ୟୁପିଏ ସରକାର ସମୟରେ ବିଏସଏନଏଲ ଦେବାଳିଆ ସଂସ୍ଥାରେ ପରିଣତ ହୋଇଥିଲା । ପ୍ରଧାନମନ୍ତ୍ରୀ 2014 ପରେ ଏଥିରେ କିଛି ସଂସ୍କାର ଆଣିବା ପରେ ଗତବର୍ଷ ଏଥିରେ କିଛି ଲାଭ ମିଳିଛି । ଭାରତରେ 4ଜି ର ଡିଜାଇନ ହୋଇସାରିଛି । ଏବଂ 5 ଜି କ୍ଷେତ୍ରରେ ମଧ୍ୟ କାର୍ଯ୍ୟ ଚାଲିଛି । ଏହି ବର୍ଷ 45 ହଜାର କୋଟି ଟଙ୍କା ଦିଆଯାଇଛି ।
ସେଥିରେ 4ଜି ଭଳି ବ୍ୟବସ୍ଥା କରଯାଉଛି । ଚାଷୀ, ଗରିବକୁ ଘର, ଜଳ ଯୋଗାଣ, ରୋଜଗାର, ପ୍ରତିକ୍ଷେତ୍ରରେ ଏହି ବଜେଟରେ ରେକର୍ଡ ଅନୁଦାନ ଦିଆଯାଇଛି । ଚାଷୀଙ୍କ ଟଙ୍କା ଚାଷୀଙ୍କ ଖାତାକୁ ଯିବା ପାଇଁ ଏଥର ବଜେଟରେ ବ୍ୟବସ୍ଥା କରାଯାଇଛି । 12 ଟି ଷ୍ଟେସନ ଡିଜାଇନ ଓ ଅପଗ୍ରେଡ଼ ଚାଲିଛି । ସବୁ ଭାଗକୁ ଗୁରୁତ୍ୱ ଦିଆଯାଉଛି । ନୂଆ ରେଳ ଲାଇନ ପାଇଁ ବ୍ୟବସ୍ଥା କରାଯାଇଛି ।
ମୟୂରଭଞ୍ଜ ଅଞ୍ଚଳରେ ତିନିଟି ନୂଆ ରେଳ ଲାଇନ ପାଇଁ ବି କାର୍ଯ୍ୟ କରାଯାଉଛି । ଓଡିଶା ମାଟିର ଋଣ ଶୁଝାଇବା ଏବଂ ପ୍ରଧାନମନ୍ତ୍ରୀଙ୍କର ଯାହା ଭିଜନ ଅଛି ତାକୁ ଆଗେଇ ନେବା କାର୍ଯ୍ୟରେ ଆମେ ଲାଗିଛୁ ବୋଲି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ।