ଅଧିକ ପଢନ୍ତୁ: ବିଭିନ୍ନ ସୁବିଧା ଏବଂ ଟ୍ରାଫିକ୍ ଓ ଭିତ୍ତିଭୂମି ସମ୍ବନ୍ଧୀୟ ସମସ୍ୟାଗୁଡିକର କଲେ ସମୀକ୍ଷା
ଆଜି ପୂର୍ବ ତଟ ରେଳପଥ ୱାଲଟିୟର ରେଳ ସେକ୍ସନ ଅଧୀନରେ ଥିବା ଓଡିଶାର କୋରାପୁଟ ଜିଲ୍ଲାର ଛତ୍ରିପୁଟ-ମାଲିଗୁଡା ଷ୍ଟେସନ ମଧ୍ୟରେ 6.95 କିଲୋମିଟର ଲମ୍ବ ବ୍ରଡ ଗେଜ ଦୋହରୀକରଣ ରେଳ ଲାଇନ ସେକ୍ସନରେ ଟ୍ରେନ ଚଳାଚଳ ପାଇଁ ଅନୁମତି ଗ୍ରହଣ କରିଛି । ରେଳ ନିରାପତ୍ତା ଆୟୁକ୍ତ (ସିଆରଏସ) / ଦକ୍ଷିଣ ପୂର୍ବାଞ୍ଚଳ (ଏସଇ) ସର୍କଲ ଶ୍ରୀ ଏ.ଏମ.ଚୌଧୁରୀ ଆଜି ଏହି ଦୋହରୀକରଣ ମାର୍ଗରେ ନୀରିକ୍ଷଣ କରି ଟ୍ରେନ ଚଳାଚଳ ପାଇଁ ସ୍ୱୀକୃତି ଦେଇଛନ୍ତି । ଏହି ପ୍ରକଳ୍ପ ନିର୍ମାଣରେ ନିୟୋଜିତ କର୍ମଚାରୀ ଓ ଅଧିକାରୀ ମାନଙ୍କୁ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ମନୋଜ ଶର୍ମା ଅଭିନନ୍ଦନ ଜଣାଇଛନ୍ତି ।
କେକେ ଲାଇନ ତିନୋଟି ରାଜ୍ୟର ଉପାନ୍ତ ଆଦିବାସୀ ଅଞ୍ଚଳରେ ଅବସ୍ଥିତ ଏବଂ ରେଳ ନେଟୱାର୍କ ମାଧ୍ୟମରେ ଏହି ଅଞ୍ଚଳର ବିକାଶ ପାଇଁ ମାନ୍ୟବର ରେଳମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଜୀ ଙ୍କର କେନ୍ଦ୍ରବିନ୍ଦୁ ପାଲଟିଛି । ଚଳିତ ବର୍ଷ ଜଗଦଲପୁର-କୋରାପୁଟ ଜଟିଳ ଦୋହରୀକରଣ ପ୍ରକଳ୍ପ ପାଇଁ ରେଳ ମନ୍ତ୍ରଣାଳୟ 248.75 କୋଟି ଟଙ୍କା ମଞ୍ଜୁର କରିଥିବାବେଳେ 2022-23 ଆର୍ଥିକ ବର୍ଷରେ ଛତ୍ରୀପୁଟ ଏବଂ ଜୟପୁର ମଧ୍ୟରେ ଦୋହରୀକରଣ କାର୍ଯ୍ୟରେ 70 କୋଟି ଟଙ୍କା ଖର୍ଚ୍ଚ ହେବ । ଏହି ପ୍ରକଳ୍ପ ପାଇଁ 2023-24 ଆର୍ଥିକ ଜଵାର୍ସାରେ 170 କୋଟି ଟଙ୍କା ବ୍ୟୟ ମଞ୍ଜୁର କରାଯାଇଛି ।
ଅଧିକ ଓଡ଼ିଶା ଖବର ପଢ଼ନ୍ତୁ
ପ୍ରସ୍ତାବିତ ରେଳ ନେଟୱାର୍କ ଗୁଡିକ ଏହି ଅଞ୍ଚଳରେ ସଂଯୋଗ ଓ ଯୋଗାଯୋଗକୁ ଉନ୍ନତ କରିବ ଏବଂ ଏହାର ବିକାଶ କରିବ । ପୂର୍ବତଟ ରେଳପଥର ମୁଖ୍ୟ ପ୍ରଶାସନିକ ଅଧିକାରୀ (ନିର୍ମାଣ) ଶ୍ରୀ ଅମର ପ୍ରକାଶ ଦ୍ୱିବେଦୀ, ୱାଲଟିୟର ରେଳ ମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ଶ୍ରୀ ଅନୁପ ଶତପଥୀ ଏବଂ ପୂର୍ବତଟ ରେଳପଥ ମୁଖ୍ୟାଳୟ ଓ ଏବଂ ୱାଲଟିୟର ରେଳ ମଣ୍ଡଳର ବରିଷ୍ଠ ଅଧିକାରୀମାନେ ସିଆରଏସଙ୍କ ଯାଞ୍ଚ ସମୟରେ ସହାୟତା କରିଥିଲେ ।