ଅଧିକ ପଢନ୍ତୁ ଓଡ଼ିଶା ଖବର

ଭୁବନେଶ୍ୱର: ଗତକାଲି ସନ୍ଧ୍ୟାଠାରୁ ବର୍ଷା ଆରମ୍ଭ ହୋଇଛି । ଆଜି ସକାଳୁ ସକାଳୁ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଛି ରାଜ୍ୟରେ । ବର୍ଷା କାରଣରୁ ବାହାରକୁ ବାହାରିବା ମୁସ୍କିଲ ହୋିପଡୁଛି । ତେବେ ଘୂର୍ଣ୍ଣିବଳୟ ପ୍ରଭାବରେ ସାରା ରାଜ୍ୟରେ ୩ ଦିନ ଯାଏ ବର୍ଷା ଲାଗି ରହିବ ।
୬ ଓ ୭ ତାରିଖରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି । ଆଉ ୮ ତାରିଖରେ କେବଳ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା ହୋଇପାରେ। ଏହି ଜିଲ୍ଲାଗୁଡ଼ିକ ହେଉଛି-କୋରାପୁଟ, ଗଞ୍ଜାମ, ଗଜପତି ଓ କନ୍ଧମାଳ। ଏନେଇ ଆଜି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ।
ବଜ୍ରପାତ ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଏହି ଜିଲ୍ଲାଗୁଡ଼ିକ ହେଉଛି-ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ମୟୂରଭଞ୍ଜ, ଭଦ୍ରକ, କଟକ, ଢେଙ୍କାନାଳ,ନୟାଗଡ଼, ଖୋର୍ଦ୍ଧା, ଗଞ୍ଜାମ, ଜଗତସିଂହପୁର। ଏହାସହ ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର ଓ ମୟୂରଭଞ୍ଜରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି।
ସେପଟେ ଅଦିନିଆ ବର୍ଷା କାରଣରୁ ଚିନ୍ତାରେ ରାଜ୍ୟବାସୀ । ଏହାସହ ବର୍ଷା ପରେ ଖରା ବଢ଼ିବ ବୋଲି ପୂର୍ବାନୁମାନ କରାଯାଇଛି ।

ଅର୍ଗସ ବ୍ୟୁରୋ : ପ୍ରଧାନମନ୍ତ୍ରୀଙ୍କ ସ୍କୁଲ ବୁଲିବାକୁ ଯିବେ ଦେଶର ସବୁ ପିଲା । ଗୁଜରାଟର ଭଡନଗରର ପ୍ରାଥମିକ ବିଦ୍ୟାଳୟ ଯେଉଁଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ପ୍ରାଥମିକ ଅଧ୍ୟୟନ କରିଥିଲେ, ସେହି ସ୍କୁଲକୁ ବୁଲିବାକୁ ଯିବେ ସ୍କୁଲର ଛାତ୍ରଛାତ୍ରୀ । ବର୍ତ୍ତମାନ ଏହି ବିଦ୍ୟାଳୟକୁ ପ୍ରେରଣା ପରିଯୋଜନା ଅଧୀନରେ ପ୍ରସ୍ତୁତ ହୋଇଛି । ଯେଉଁଠାକୁ ଦେଶର ବିଭିନ୍ନ ସ୍ଥାନରୁ ପିଲାମାନେ ବୁଲିବାକୁ ଯାଇପାରିବେ ।
ଅଧିକ ପଢନ୍ତୁ : ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ
ଏହି ବିଦ୍ୟାଳୟକୁ ଏକ ପ୍ରେରଣା ସ୍ଥଳ ଭାବରେ ବିକଶିତ କରାଯାଇଛି । ଏହି ବିଦ୍ୟାଳୟର ସଂରକ୍ଷଣ ଏଏସଆଇ ଦ୍ଵାରା କରାଯାଉଛି । ଏହି ପ୍ରକଳ୍ପ ଅଧୀନରେ ଦେଶର ପ୍ରତ୍ୟେକ ଜିଲ୍ଲାରୁ ଦୁଇଜଣ ଛାତ୍ରୀଛାତ୍ରଙ୍କୁ ବିଦ୍ୟାଳୟ ବୁଲି ଦେଖିବା ପାଇଁ ପଠାଯିବ । ସରକାର ଦେଇଥିବା ବିବୃତ୍ତିରେ କୁହାଯାଇଛି ଏହା ଏକ ଭିନ୍ନ ପ୍ରକଳ୍ପ । ଏହାର ଉଦ୍ଦେଶ୍ୟ ହେଉଛି ଯୁବବର୍ଗମାନଙ୍କ ମଧ୍ୟରେ ପରିବର୍ତ୍ତନ ଆଣିବା ପାଇଁ ପ୍ରେରଣା ଦେବ ।
ଏହି ବିଦ୍ୟାଳୟଟି ଏପରି ଭାବରେ ପ୍ରସ୍ତୁତ ହୋଇଛି ଯାହା ଭବିଷ୍ୟତରେ ପ୍ରାଥମିକ ଶିକ୍ଷାର ଏକ ମଡେଲ ହୋଇପାରିବ। ଏହା ସହିତ ଦେଶର ୭୪୦ ଜିଲାର ବିଦ୍ୟାଳୟଗୁଡ଼ିକ ପ୍ରେରଣା ପାଇପାରିବେ । ଏହି ବିଦ୍ୟାଳୟକୁ ସ୍ବତନ୍ତ୍ର ଟେକ୍ନୋଲୋଜିରେ ସଜାଯାଇଛି, ଯେଉଁଠାରେ ପିଲାମାନେ ଆଧୁନିକ ଟେକ୍ନୋଲୋଜି ମାଧ୍ୟମରେ ଅଧ୍ୟୟନ କରିପାରିବେ। ଏହି ବିଦ୍ୟାଳୟ ୧୮୮୮ ମସିହାରେ ପ୍ରତିଷ୍ଠିତ ହୋଇଥିଲା ଏବଂ ୨୦୧୮ ପର୍ଯ୍ୟନ୍ତ ଏହା ଚାଲୁଥିଲା ।

ଅର୍ଗସ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ସପ୍ତାହରେ ଆମେରିକା ଗସ୍ତ କରିବେ । ସେଠାରେ ସେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ । ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତ ପୂର୍ବରୁ ଆମେରିକାର ଜାତୀୟ ସୁରକ୍ଷା ପରାମର୍ଶଦାତା ଭାରତ ଆସିବେ ବୋଲି ସୂଚନା ମିଳିଛି ।
ଅଧିକ ପଢନ୍ତୁ ଭାରତ ଖବର
ଆମେରିକୀୟ NSA ଜେକେ ସୁଲିବାନ ଜୁନ ୧୩ରେ ଦିଲ୍ଲୀରେ ପହଞ୍ଚିବେ । ଯେଉଁଠାରେ ଭାରତ ସହିତ ଜିଇ-୪୧୪ ଇଞ୍ଜିନ ଚୁକ୍ତି ଚୂଡାନ୍ତ ହେବ । ଏଠାରେ ସୁଲିବାନ ତାଙ୍କ ପ୍ରତିପକ୍ଷ ଅର୍ଥାତ୍ ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କୁ ଭେଟିବେ । ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତ ପୂର୍ବରୁ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ବିବେଚନା କରାଯାଉଛି ।
