ଅଧିକ ପଢନ୍ତୁ :ଜଳୁଛି ଜଙ୍ଗଲ, ନିଆଁ ଲିଭାଇ ଲିଭାଇ ନାକେଦମ ଅଗ୍ନିଶମ କର୍ମଚାରୀ
ଗତ କିଛି ଦିନ ହେବ ଶିମିଳିପାଳ ଜଙ୍ଗଲର ବନାଗ୍ନି ବନ କର୍ମଚାରୀଙ୍କୁ ନାକେଦମ କରିଥିଲା । ନିଆଁକୁ ଆୟତ୍ତ କରିବାକୁ ଅକ୍ଲାନ୍ତ ପରିଶ୍ରମ କରୁଥିଲେ ବନ କର୍ମଚାରୀ । ଆଉ ଏହା ଭିତରେ ବର୍ଷାର ଆଗମନ ବନ କର୍ମଚାରୀଙ୍କ ଓଠରେ ଫୁଟାଇଛି ହସ । ଦୀର୍ଘ ଦିନ ହେଲା ଛୁଟି ମିଳି ନଥିବାରୁ ଘରକୁ ମଧ୍ୟ ଯାଇପାରୁ ନଥିଲେ ।
ଦେଖନ୍ତୁ ଭିଡିଓ :ଶିମିଳିପାଳ ପାଇଁ ବରଦାନ ହୋଇ ଆସିଲା ବର୍ଷା !
ଏବେ ବର୍ଷା ପାଇଁ ନିଆଁ ଲିଭିଛି । ତେଣୁ ଛୁଟିରେ ପରିବାର ନିକଟକୁ ଯାଇପାରିବେ ବୋଲି ଖୁସିରେ ବିଭୋର ହୋଇ ଭିଡିଓ ସେୟାର କରିଛନ୍ତି ବାଙ୍ଗିରିପୋଷି ରେଞ୍ଜ୍ ରଙ୍ଗାମାଟିଆ ବିଟ୍ ର ବନ କର୍ମଚାରୀ ସମାଇ ସୋରେନ ।