ଆସନ୍ତା ୭, ୮ ଏବଂ ୯ ତାରିଖ ପର୍ଯ୍ୟନ୍ତ ଆକାଶ ମେଘାଚ୍ଛନ୍ନ ରହିବା ସହ ଗୋଟିଏ ଦୁଇଟି ସ୍ଥାନରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି । ୭ ତାରିଖରେ ରାଜ୍ୟର ୭ଟି ଜିଲ୍ଲାରେ ବର୍ଷା ସମ୍ଭାବନା ଥିବାବେଳେ ୮ ତାରିଖରେ ୧୪ଟି ଜିଲ୍ଲା ଏବଂ ୯ ତାରିଖରେ ୭ଟି ଜିଲ୍ଲାକୁ କାଳବୈଶାଖୀ ସତର୍କତା ଜାରି କରାଯାଇଛି ।
ସେପଟେ ଗତ ୨୪ ଘଣ୍ଟାରେ ୩୫ ଡିଗ୍ରୀ ଉପରେ ୮ ଟି ସହର । ତାଳଚେରର ତାପମାତ୍ରା ୩୮.୮ ଡିଗ୍ରୀ ଯାହାକି ରାଜ୍ୟର ସର୍ବୋଚ୍ଚ ଉତ୍ତପ୍ତ ସହର । ରାଜଧାନୀ ଭୁବନେଶ୍ୱର ତାପମାତ୍ରା ୩୮.୪ ରହିଛି । ଆସନ୍ତା ୫ ଦିନ ପର୍ଯ୍ୟନ୍ତ ତାତି କମିବ ବୋଲି ଆଗୁଆ ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଏନେଇ ସୂଚନା ଦେଇଛନ୍ତି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ।