କଏଦୀରୁ ସଫଳ କୃଷକ
ଅର୍ଗସ ବ୍ୟୁରୋ: ଶୀତର ପ୍ରଭାବ ଧୀରେ ଧୀରେ କମୁଥିବା ବେଳେ ଆଜିଠାରୁ ଓଡ଼ିଶାର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ମଙ୍ଗଳବାରଠାରୁ ଶୁକ୍ରବାର ୪ଦିନ ଯାଏଁ ରାଜ୍ୟରେ ମଧ୍ୟମ ଧରଣର ବର୍ଷା ହେବା ନେଇ ପାଣିପାଗ ବିଭାଗ ଆକଳନ କରିଛି।
ଏନେଇ ୧୦ଟି ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ସେହି ଜିଲ୍ଲାଗୁଡ଼ିକ ହେଉଛି, ନୂଆପଡ଼ା, ବଲାଙ୍ଗିର, କଳାହାଣ୍ଡି, ସୋନପୁର, ବୌଦ୍ଧ, ସମ୍ଵଲପୁର, ଅନୁଗୁଳ, କେନ୍ଦୁଝର, ମୟୂରଭଞ୍ଜ ଏବଂ ବାଲେଶ୍ଵର। ଅନ୍ୟପଟେ ରାଜ୍ୟରେ ଏବେ ଭୀଷଣ ଗ୍ରୀଷ୍ମ ପ୍ରଭାବ ଅନୁଭୂତ ଆରମ୍ଭ ହୋଇଛି। ଅନ୍ୟପଟେ ରାଜ୍ୟରେ ଶୀତ କମୁଥିବାବେଳେ ଖରା ଆରମ୍ଭ ହେଲାଣି । ଏହାରି ମଧ୍ୟରେ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ଥିବା ପାଣିପାଗ ବିଭାଗ ସୂଚନା ଦେଇଛି ।