ଆଞ୍ଚଳିକ ପାଣିପାଗର ସୂଚନାନୁଯାୟୀ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, ଗଂଜାମ, ବୌଦ୍ଧ, ଅନୁଗୁଳ, କଟକ, ଢ଼େଙ୍କାନାଳ, ମୟୂରଭଞ୍ଜ, ବାଲେଶ୍ୱର, କେନ୍ଦୁଝର, ଭଦ୍ରକ ଓ ଯାଜପୁର ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହି ସମୟ ମଧ୍ୟରେ ଓଡିଶାର ଅନ୍ୟ ଜିଲ୍ଲାଗୁଡ଼ିକର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ମଧ୍ୟମ ଧରଣର ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି । ଏହି ସମସ୍ତ ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
ସେହିପରି ୨୫ ତାରିଖ ମଧ୍ୟରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, କେନ୍ଦୁଝର , ଢେଙ୍କାନାଳ, ଅନୁଗୁଳ, ବୌଦ୍ଧ, ସୋନପୁର, କନ୍ଧମାଳ, ସମ୍ବଲପୁର ଓ ବରଗଡ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।
୨୬ ରେ ରାଜ୍ୟରେ ପାଗ ସମ୍ପୂର୍ଣ୍ଣ ଶୁଖିଲା ରହିବ। ତେବେ ୨୮ ତାରିଖ ଯାଏଁ ରାଜ୍ୟରେ ବିଶେଷ ବର୍ଷା ସମ୍ଭବନା ନଥିବା ସୂଚନା। ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ବର୍ତ୍ତମାନ ମୌସୁମୀ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇନଥିବାରୁ ମୌସୁମୀ ବାୟୁ ପ୍ରବାହରେ ବାଧା ସୃଷ୍ଟି ହୋଇଛି। ଅନ୍ୟପଟେ ବର୍ତ୍ତମାନ ଆରବସାଗର ବା ବଙ୍ଗୋପସାଗର ନିକଟରେ ଲଘୁଚାପ ସୃଷ୍ଟିହେବାର ସଙ୍କେତ ମିଳୁ ନାହିଁ। ଯାହାଦ୍ୱାରା ଜାତୀୟସ୍ତରରେ ମୌସୁମୀ ବର୍ଷା ଆଗେଇ ପାରୁନାହିଁ। ଜୁନ୍ରେ ନିଅଣ୍ଟିଆ ବର୍ଷା ହେବ ବୋଲି ପୂର୍ବରୁ ଆକଳନ କରାଯାଇଥିଲା।