ସକ୍ରିୟ ଥିବା ଲଘୁଚାପ ପ୍ରଭାବରେ ୨୪ଘଣ୍ଟାରେ ୯ଟି ଜିଲ୍ଲାରେ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା ୨୪ ଘଣ୍ଟାରେ କନ୍ଧମାଳ, କଳାହାଣ୍ଡି , ଖୋର୍ଦ୍ଧା , ପୁରୀ, କଟକ, ବୌଦ୍ଧ, ବରଗଡ ବଲାଙ୍ଗିର , ଗଞ୍ଜାମ ଜିଲ୍ଲାରେ ଅତିପ୍ରବଳ ବର୍ଷାର ସମ୍ଭାବନା ରହିଛି । ଏହିସବୁ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା ଭଳି ୧୯ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ପାହାଡ଼ି ଅଞ୍ଚଳରେ ଭୁସ୍ଖଳନ ହେବା ସହ ତଳି ଅଞ୍ଚଳରେ ପାଣି ଜମିବା ଓ ସହରାଞ୍ଚଳରେ ଟ୍ରାଫିକ ସମସ୍ୟା ଉପୁଜିବା ଆଶଙ୍କା ରହିଛି ।
ଉପରମୁଣ୍ଡରେ ପ୍ରବଳ ବର୍ଷା ଲାଗି ରହିଥିବାରୁ ହୀରାକୁଦ ଡ୍ୟାମ ଭିତରକୁ ଜଳ ପ୍ରବେଶ କରୁଥିବାରୁ ଆସନ୍ତା ୧୮ରେ ଜଳଭଣ୍ଡାରର ଗେଟ୍ ଖୋଲିବାକୁ ନିଷ୍ପତ୍ତି ହୋଇଛି । ପୂର୍ବାହ୍ନ ୧୧ଟାରେ ଗେଟ୍ ଖୋଲାଯିବାକୁ ଥିବା ବେଳେ ତଳିଆ ଅଞ୍ଚଳର ଲୋକଙ୍କୁ ସତର୍କ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ୫ ଟି ସ୍ଲୁଇସ ଗେଟ ଦେଇ ଜଳ ନିଷ୍କାସନ କରାଯିବ । ଏଥିପାଇଁ ସମ୍ବଲପୁର ସମେତ ୧୨ଟି ଜିଲ୍ଲାର ପ୍ରଶାସନକୁ ଆଲର୍ଟ କରାଯାଇଛି । ସପ୍ତାହେ ହେବ ସାରା ରାଜ୍ୟରେ ଲାଗି ରହିଛି ବର୍ଷା । ଲଗାଣ ବର୍ଷାରେ ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ଉପୁଜିଲାଣି। ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ନଦୀଗୁଡିକ ଫୁଲିବାରେ ଲାଗିଛି। ଲଗାଣ ବର୍ଷା ଆହୁରି ୩ ଦିନ ଲାଗି ରହିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ ।