ଅଧିକ ପଢନ୍ତୁ : ପଶ୍ଚିମା ଝଡ଼ ପ୍ରଭାବରେ ଘଡ଼ଘଡ଼ି ସହ ବର୍ଷା
କୋରାପୁଟ ପଟାଙ୍ଗୀ ବ୍ଲକ ତଳଖରାଡବାରେ ଭାଙ୍ଗିଲା ଅନେକ ଘର। ପ୍ରବଳ ବର୍ଷା ଓ ପବନ ଯୋଗୁଁ ଅନେକ ଘର ଛପର ଉଡ଼ିଗଲା। ରାଉରକେଲାରେ ପ୍ରବଳ ପବନ ଓ ଘଡ଼ଘଡ଼ି ସହ ଲଗାଣ ବର୍ଷା । ପବନରେ ବିଭିନ୍ନ ସ୍ଥାନରେ ଗଛ ଉପୁଡ଼ିଲା, ଯାତାୟାତ ବାଧାପ୍ରାପ୍ତ । ପଶ୍ଚିମା ଝଡ଼ ପ୍ରଭାବରେ 6 ମାସ ପରେ ଆନନ୍ଦପୁର ଉପଖଣ୍ଡରେ ବର୍ଷା ।
ସେପଟେ ମୟୂରଭଞ୍ଜରେ ୮୧ କିମି ବେଗରେ ବହିଲା ପବନ । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା, ପବନ ସାଙ୍ଗକୁ ଘଡ଼ଘଡ଼ି । ବଲାଙ୍ଗିର, ମୟୂରଭଞ୍ଜ, ସମ୍ବଲପୁରରେ ବିଜୁଳି-ଘଡ଼ଘଡ଼ି ସହ ଝଡ଼ପବନ ରେକର୍ଡ । ସର୍ବାଧିକ ପବନର ବେଗ ଘଣ୍ଟା ପ୍ରତି ମୟୂରଭଞ୍ଜରେ 81 କିମି ରେକର୍ଡ । ସମ୍ବଲପୁର ଚିପିଲିମାରେ 80 କିମି, ବଲାଙ୍ଗିରରେ 57 କିମି ରେକର୍ଡ । ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ।