ଚାଷୀମାନେ ଆଶା କରିଥିଲେ ଚଳିତ ବର୍ଷ ଫସଲରୁ ଭଲ ଦି ପଇସା ରୋଜଗାର ହେବ ହେଲେ ଅଦିନିଆ ବର୍ଷା ସବୁ ଧୋଇଦେଲା । ପଶ୍ଚିମାଝଡ ପ୍ରଭାବରେ ଲଗାତର ଭାବରେ ତିନିଦିନ ଧରି ବର୍ଷା ଲାଗିରହିବାରୁ ପାହାଡ ଓ ଜଙ୍ଗଲ ପାଣି ଜମିକୁ ମାଡି ଆସିବାରୁ କିଆରୀ କିଆରୀ ଜମିରେ ପାଣି ରହି ଗଛମୂଳ ପୋଚା ହୋଇ ଗଛ ମରିଯାଉଥିବାରୁ ଏବେ ଚିନ୍ତାରେ ଚାଷୀ ।
ଅଧିକ ପଢନ୍ତୁ: ଆସନ୍ତାକାଲିଠୁ ରାଜ୍ୟରେ ସକ୍ରିୟ ହେବ ପଶ୍ଚିମାଝଡ଼
ବ୍ଲକର ଉଦୁଗୁରୀ ଅଞ୍ଚଳର ଚାଷୀମାନେ ଫସଲ କରିଥିବା ବେଳେ ଅଦିନିଆ ବର୍ଷା ସବୁ ଧୋଇନେଲା । ସ୍ଥାନୀୟ ଚାଷୀ ଧାରକରଜ କରି ବହୁକଷ୍ଟରେ ଫସଲ କରିଥିବା ବେଳେ ଫସଲ ଉଜୁଡିଲା । ସ୍ଥାନୀୟ ଚାଷୀମାନେ ଟାଗିଂ ବ୍ଲକ କୃଷି ବିଭାଗର ଅଧିକାରୀ ମାନଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ହେଲେ କୈ।ଣସି ସୁଫଳ ମିଳିନାହିଁ । ଅଦିନିଆ ବର୍ଷାରେ କ୍ଷତିଗ୍ରସ୍ତ ଚାଷୀ ମାନଙ୍କ ନଷ୍ଟ ହୋଇଥିବା ପନିପରିବା ଜମିରେ କ୍ଷୟକ୍ଷତିର ଆକଳନ କରି ସହାୟତା ଦେବାକୁ ଦାବି କରିଛନ୍ତି ଚାଷୀ ।
ଅଧିକ ଓଡ଼ିଶା ଖବର ପଢ଼ନ୍ତୁ