ଏହି ଲଘୁଚାପ ଓଡ଼ିଶା ଉପକୂଳ ସଂଲଗ୍ନ ଅଞ୍ଚଳରେ ୩ରୁ ୪ ଦିନ ରହିବ । ଫଳରେ ସାରା ରାଜ୍ୟରେ ବର୍ଷା ହେବ । ୧୮ ତାରିଖରୁ ଉପକୂଳରେ ପାଗ ବଦଳିବ । ସକ୍ରିୟ ମୌସୁମୀ ଓ ଆଗକୁ ଆସୁଥିବା ଲଘୁଚାପ ଯୋଗୁ ବର୍ଷା ଲାଗି ରହିବ । ଆଜି ମୟୂରଭଞ୍ଜ, କେନ୍ଦୁଝର ଓ ବାଲେଶ୍ବରର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ଆସନ୍ତା ୧୦ ଦିନରେ ହାରାହାରି ୧୨୦ରୁ ୧୫୦ ମିଲିମିଟର ବର୍ଷା ସମ୍ଭାବନା ଅଛି ।
ଆସନ୍ତା ୧୮ରୁ ବଢିବ ବର୍ଷା

ଭୁବନେଶ୍ୱର: ଆସନ୍ତା ୧୮ ତାରିଖରେ ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ୧୯ ଏହା ଲଘୁଚାପ ରୂପ ନେଇପାରେ । ଏହା ଘନୀଭୂତ ହୋଇ ଅବପାତ ରୂପନେବା ସମ୍ଭାବନା ଅଛି । ଏହାର ପ୍ରଭାବରେ ୨୨ ଯାଏ ତମାମ ରାଜ୍ୟରେ ବର୍ଷିବ । ଉପକୂଳରେ ଭାରି ବର୍ଷା ଆଶଙ୍କା ଅଛି ।
Download Argus News App
