ମୟୂରଭଞ୍ଜ: ସଡକ ଦୁର୍ଘଟଣାରେ ଆଖି ବୁଜିଲେ ରାଇରଙ୍ଗପୁର SDJM ସ୍ମରଣିକା ପ୍ରଧାନ । ଆଜି ଅପରାହ୍ନ ସମୟରେ କାର ଯୋଗେ sdjm ଏବଂ ତାଙ୍କ ସ୍ବାମୀ ଘରକୁ ଫେରୁଥିଲେ । ଯଶିପୁର ଥାନା ଅନ୍ତର୍ଗତ ଚାଇଁ ନେବଦା ନିକଟରେ ସେ ଆସୁଥିବା କାର୍ ଟି ଏକ ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଇଥିଲା । ଫଳରେ କାରଟି ସମ୍ପୂର୍ଣ୍ଣ ଭାବରେ ଓଲଟି ପଡିଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ନିକଟସ୍ଥ ଯଶିପୁର ଡାକ୍ତରଖାନାକୁ ନିଆଯାଇଥିବାବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।
ମୃତ ସ୍ମରଣିକା ପ୍ରଧାନଙ୍କ ଘର ପୁରୀ କୃଷ୍ଣପ୍ରସାଦପୁର ଅଞ୍ଚଳରେ । ଆସନ୍ତାକାଲି ଗାଁରେ ଏକ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗ ଦେବାକୁ ଆସୁଥିଲେ । ତେବେ ଏହାପୂର୍ବରୁ ପୁରୀରେ ମହାପ୍ରଭୁଙ୍କୁ ଦର୍ଶନ କରି ଯିବାର ଯୋଜନା ଥିଲା । ହେଲେ ଏହାପୂର୍ବରୁ ଦୁର୍ଘଟଣାରେ ସବୁଦିନ ପାଇଁ ଆଖି ବୁଜିଦେଇଛନ୍ତି SDJM ସ୍ମରଣିକା ପ୍ରଧାନ ।
ଅନ୍ୟପଟେ ଘଟଣାସ୍ଥଳରେ ଯଶିପୁର ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି ।