ଘର ସଂସାରର ଜଞ୍ଜାଳ ବୁଝିବା ପୂର୍ବରୁ ରାଜେଶ ଏବେ ଗୁରୁତର ରୋଗରେ ଆକ୍ରାନ୍ତ ହୋଇଛନ୍ତି । ରାଜେଶ କର୍ମସଂସ୍ଥା ପାଇଁ ରାଜ୍ୟ ବାହାରକୁ ଯାଇଥିବା ବେଳେ ତାଙ୍କ ଦେହ ଅସୁସ୍ଥ ହୋଇଥିଲା । ପରିକ୍ଷା ନିରିକ୍ଷା ପରେ ସେ କିଡନି ରୋଗୀ ବୋଲି ଜଣାପଡିବା ପରେ ଏବେ ଘରେ ରହିଛନ୍ତି । ରାଜେଶ ପରିବାରର ଏକମାତ୍ର ରୋଜଗାରିଆ ପୁଅ ହୋଇଥିବାରୁ ଆଗକୁ ସଂସାର ରଥ କିଭଳି ଗଡିବ ତାକୁ ନେଇ ସମସ୍ତେ ଚିନ୍ତାରେ ଅଛନ୍ତି । ବାପା ମା ଆର ପାରିକୁ ଚାଲିଯାଇଛନ୍ତି । ଏଭଳି ସ୍ଥିତିରେ କିଭଳି ରାଜେଶଙ୍କ ଚିକିତ୍ସା ହେବ ତାକୁ ନେଇ ଚିନ୍ତାରେ ପରିବାର ଲୋକେ ।
ରାଜେଶ ଏବେ ନିଜର ଡାଏଲିସିସ ପାଇଁ ଯାଜପୁର ମୁଖ୍ୟ ଡାକ୍ତରଖାନା ନିୟମିତ ଯାଉଛନ୍ତି । ଏଥିପାଇଁ ମଧ୍ୟ ପରିବାର ଲୋକେ ବିଭିନ୍ନ ସାଙ୍ଗ ସାଥିଙ୍କୁ ଧରି ଚିକିତ୍ସାକରିବା ପାଇଁ ବିଭିନ୍ନ ଆଡକୁ ଯାଉଛନ୍ତି । କେତେ ଦିନ ଏଭଳି ଚିକିତ୍ସା ଚାଲିବ ଆଉ କେବେ ରାଜେଶ ସୁସ୍ଥ ହେବେ । ଡାକ୍ତରଙ୍କ କହିବା କଥା କେବଳ କିଡନି ପ୍ରତିରୋପଣ ହେଲେ ରାଜେଶ ସୁସ୍ଥ ହୋଇପାରିବେ । ଏଥିପାଇଁ ବହୁତ ଟଙ୍କାର ଆବଶ୍ୟକତା ରହିଛି । ତାଙ୍କୁ ଆର୍ଥିକ ସହାୟତା କରିବା ପାଇଁ ଗ୍ରାମବାସୀ ପକ୍ଷରୁ ନିବେଦନ କରାଯାଇଛି । ସେପଟେ ରାଜେଶଙ୍କୁ ସହାୟତା କରିବା ପାଇଁ ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଛି । ଯାଜପୁରର ଅତିରିକ୍ତ ଜିଲାପାଳ ଅକ୍ଷୟ କୁମାର ମଲ୍ଲିକ ସରକାରୀ ନିୟମ ମୁତାବକ ସହାୟତା ଯୋଗାଇବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।
ଓଡିଶା ଖବର ଆହୁରି ପଢନ୍ତୁ