ଦୀର୍ଘ 6ଶହ ବର୍ଷ ହେବ ଏହି ପ୍ରଥାକୁ ପାଳନ କରିଆସୁଛି କନିକା ବାସୀ । କନିକାର ଏହି ପଞ୍ଚୁ ଦୋଳ ରାଜ ରାଜୁଡା ଅମଳର ଐତିହ ଓ ପରମ୍ପରାକୁ ବହନ କରି ଆସୁଥିବା କୁହାଯାଏ । ହୋଲିର ପାଞ୍ଚ ଦିନ ପୂର୍ବରୁ ଆରମ୍ଭ ଏହି ମେଳଣରେ ହଜାର ହଜାର ଶ୍ରଦ୍ଧାଳୁ ସାମିଲ ହୋଇ ରାଧାକୃଷ୍ଣ ଙ୍କର ଦେବ ଦୁଲ୍ଳଭ ମୂର୍ତ୍ତିକୁ ପାଖରୁ ଦେଖି ସାନିଧ୍ୟ ଲାଭ କରିଥାନ୍ତି । କାଳିକାପୁର, ଆୟୋତନ, ଦେଉଳି, ଗିରିଆ ପରେ ହୋଲିର ପୂର୍ବଦିନ ଅର୍ଥାତ ଶେଷ ଦିନ ହୋଇ ଥାଏ ରାଜ ମେଳଣ । ଏହି ମେଳଣରେ ପରମ୍ପରାକୁ ସନମାନ ଦେଇ ସାମିଲ ହୁଅନ୍ତି କନିକା ରାଜା ଓ ରାଣୀ ।
ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ । ଏହି ରୀତି ନୀତି ଅନୁଯାୟୀ କନିକାରେ ଦୁଇ ଦିନ ମେଳଣ ପରେ ଆଜି ଚତୁର୍ଥ ଦିନରେ ଗିରିଆ ମେଳଣ ଅନୁଷ୍ଠିତ ହୋଇଛି ଗିରିଆ ମେଳଣ ଓ ପରଦିନ ଅର୍ଥ ଆସନ୍ତା କାଲି କନିକା ରାଜ ମେଳଣକୁ ରାଜ ମେଲଣକୁ ଅପେକ୍ଷା କରିଛନ୍ତି ସମଗ୍ର କେନ୍ଦ୍ରାପଡ଼ା ଜିଲ୍ଲା ବାସୀ ।