ଏହା ମଧ୍ୟରେ ୪ମାସ ବିତି ଯାଇଥିଲେ ମଧ୍ୟ ଫଳ ଶୂନ । କିନ୍ତୁ ଦୁର ହେଲାନି ଲୋକଙ୍କ ସମସ୍ୟା । ଦୁଇ ମାସ କହି ଚାରି ମାସ ବିତି ଗଲାଣି । ତୁରନ୍ତ କାମ କରାଯିବ ବୋଲି ଏବେବି ଲୋକେ ଆଶା ଆଶଙ୍କାରେ ରହିଛନ୍ତି । ସେପଟେ ସ୍ଥାନୀୟ ବିଧାୟକ ବା ମନ୍ତ୍ରୀ ପ୍ରତାପ କେଶରୀ ଦେବ ବାରମ୍ବାର କଥା ଦେଇ ମଧ୍ୟ କଥା ରଖୁ ନଥିବା ସ୍ତାନୀୟ ଲୋକେ ଅଭିଯୋଗ କରିଛନ୍ତି । ଯଦି ସରକାର ପୋଲ ନିର୍ମାଣ ନ କରନ୍ତି ତେବେ ଏକମାଣିଆ ପଞ୍ଚାୟତବାସୀ ଭୋଟ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି ।
ପୋଲ କରିବାକୁ ପ୍ରତଶୃତି ଦେଇ ଭୁଲି ଗଲେକି ସରକାର । ଆଉ କେତେ ଦିନ ବା ଲୋକେ ଜୀବନକୁ ବିପଦରେ ପକାଇ ନଦୀରେ ପାରିହେବେ । ଅନ୍ୟପଟେ ମରଣତ୍ତର ସାହାସିକତା ପୁରସ୍କାର ପାଇଥିବା ସୁଦର୍ଶନ ପରିବାର ଖୁସି ହେବା ପରିବର୍ତ୍ତେ ତାଙ୍କ ଶେଷ ଇଛାରେ ପୋଲଟି ନିର୍ମାଣ କରାଗଲେ ତାଙ୍କର ଆତ୍ମା ଶାନ୍ତି ପାଇବ ବୋଲି କହିଛନ୍ତି ପତ୍ନୀ ସୁବାସି ସ୍ୱାଇଁ । ରାଜ୍ୟ ସରକାର ସୁଦର୍ଶନକୁ କେବଳ ମରଣତ୍ତର ସାହାସିକତା ପୁରସ୍କାର ଦେଇ ଲୋକଙ୍କ ମୌଳିକ ସମସ୍ୟାକୁ ଭୁଲି ଗଲେ । ତେବେ ଦେଖିବାକୁ ବାକି ରହିଲା କେବେ ପୋଲ କାମ ଆରମ୍ଭ କରୁଛନ୍ତି ରାଜ୍ୟ ସରକାର ।