ଡାକ୍ତର ଖାଲି ଚେୟାର ବସି ନିର୍ଦ୍ଦେଶ ଦେଉଥିବେ ତାହା ଭୂଲ୍ ପ୍ରମାଣିତ ହେଲା । ବରଂ ଦରକାର ପଡିଲେ ନିଜେ ଉଠି ଯାଇ ରୋଗୀଙ୍କ ସେବା କରି ପ୍ରକୃତ ଡାକ୍ତରର ପରିଚୟ ଦେଇଛନ୍ତି ଗୌରାଙ୍ଗ ଘଡେଇ । ଏହି ଦୃଶ୍ୟ ହେଉଛି ରାଜନଗର ତାଳଚୁଆ ସ୍ୱାସ୍ଥ୍ୟ କେନ୍ଦ୍ରର । ଏହି ଅଞ୍ଚଳର ଡାକ୍ତର ଗୌରାଙ୍ଗ ଘଡ଼ାଇ ନିଜେ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଅଛନ୍ତି । ଜଣେ ରୋଗୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ଥିବାରୁ ରୋଗୀ ଜଣକୁ ନିଜ କୋଳରେ ବୋହି ଡାକ୍ତରଖାନା ନେଇଛନ୍ତି ।
ଏହି ଘଟଣା ପରେ ସାରା ଅଞ୍ଚଳରେ ଡାକ୍ତର ଗୌରାଙ୍ଗଙ୍କ ପାଇଁ ବାଃ ବାଃ ଶବ୍ଦ ଗୁଞ୍ଜରିତ ହେଉଛି । ଯାହା ଏହି ଚିତ୍ର ବୟାନ କରୁଛି । ପ୍ରକୃତରେ ଜଣେ ଡାକ୍ତର ହେଉଛନ୍ତି ଭଗବାନ ।
ଡାକ୍ତରଙ୍କୁ ପୃଥିବୀରେ ଭଗବାନଙ୍କ ଦ୍ୱିତୀୟ ରୂପ ବୋଲି କୁହାଯାଏ । ଯିଏ ରୋଗୀଙ୍କୁ ନୂଆ ଜୀବନ ଦେଇଥାନ୍ତି । ହେଲେ ଆଜିକା ସ୍ୱାର୍ଥପର ଯୁଗରେ ଏସବୁ କମ୍ ଦେଖିବାକୁ ମିଳୁଛି । ହେଲେ ଡାକ୍ତର ଗୌରାଙ୍ଗ ଘଡେଇ ଏକ ନୂଆ ଉଦାହରଣ ସୃଷ୍ଟି କରିଛନ୍ତି । ରୋଗୀଙ୍କୁ ଡାକ୍ତରଖାନା ଆସିବାକୁ ନିବେଦନ କରିବା ସହ ସମସ୍ତ ସୁବିଧା ଯୋଗାଇଦେବା ନେଇ କହିଛନ୍ତି ।
ଆହୁରି ପଢନ୍ତୁ ଓଡିଶା ଖବର...