ଗିରଫ ହେବା ଭୟରେ ତିଗିରିଆ ଗାଁ ହୋଇଛି ପୁରୁଷ ଶୂନ୍ୟ । ଏଭଳି ଏକ ଘଟଣା ଘଟିଛି ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ବଡପଡା ପଞ୍ଚାୟତ ତିଗିରିଆ ଗାଁରେ । ଗତ ଶନିବାର ରାତିରେ ସରସ୍ବତୀ ପୂଜା ଭଷାଣୀ ଶୋଭାଯାତ୍ରାକୁ ଗାଁ ଦାଣ୍ଡରେ ନେଇଥିବା ବେଳେ ଆରମ୍ଭ ହୋଇଥିଲା ଗୋଟିଏ ପକ୍ଷରୁ ଟେକା ପଥର ମାଡ । ପରଦିନ ସକାଳୁ ଅପର ପକ୍ଷରୁ ଆରମ୍ଭ ହୋଇଥିଲା ମାରପିଟ ଓ ଲୁଟପାଟ ।
ଏନେଇ ୨ଗୋଷ୍ଠୀ ପରସ୍ପର ବିରୋଧରେ ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନାରେ ଲିଖିତ ଅଭିଯୋଗ ହେବାରୁ ଗିରଫ ଭୟରେ ଗାଁ ହୋଇଛି ଏବେ ପୁରୁଷ ଶୂନ୍ୟ । ଗ୍ରାମାଞ୍ଚଳ ଥାନା ପୋଲିସ ଘଟଣାକୁ ଗମ୍ଭୀରତାର ସହ ନେଇ ତଦନ୍ତ ପ୍ରକ୍ରିୟା ଆରମ୍ଭ ସମାଧାନର ବାଟ ଖୋଜୁଛି ପୋଲିସ ।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।