ସେପଟେ ଦିନକୁ ଦିନ ବିଜେଡି ଭିତରେ ଆଶାୟୀଙ୍କ ସଂଖ୍ୟା ଲମ୍ବୁଥିବାରୁ ୩ ରାଜ୍ୟସଭା ଆସନ ଲାଗି କେଉଁମାନେ ଦାବିଦାର ତାକୁ ନେଇ ସୃଷ୍ଟି ହୋଇଛି ସସପେନ୍ସ । ନେତାଙ୍କ ଭିତରେ ଚାଲିଲାଣି ଛକା ପଞ୍ଝା । ଅସନ୍ତୁଷ୍ଟ ଓ ଆମଦାନୀ ନେତା, ସରକାରୀ ଅଧିକାରୀ, ଶିଳ୍ପଦ୍ୟୋଗୀ ଏବଂ ସିନେ ତାରକା ପାଓ୍ବାର କରିଡରେ ଆରମ୍ଭ କରି ଦେଇଛନ୍ତି ଯୋରଦାର ଲବି । ରେସର ଆଗରେ ରହିଛନ୍ତି କଂଗ୍ରେସ କ୍ୟାମ୍ପ ଛାଡି ବିଜେଡିରେ ମିଶିଥିବା ପ୍ରଦୀପ ମାଝୀ, ଗଣମାଧ୍ୟମ ଉପଦେଷ୍ଟା ମାନସ ମଙ୍ଗରାଜଙ୍କ ସମେତ ଜଣେ ଅଣରାଜନୈତିକ ଚେହେରା । ଏହାବାଦ୍ ସୁବ୍ରତ ବାଗଚିଙ୍କ ପତ୍ନୀ ସୁସ୍ମୀତା ବାଗଚି, ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର, କଳିକେଶ ସିଂ ଦେଓ, ପୁସ୍ପେନ୍ଦ୍ର ସିଂ ଦେଓ, ସିନେ ତାରକା ଅରିନ୍ଦମ ରାୟଙ୍କ ସମେତ ଜଣେ ଶିଳ୍ପଦ୍ୟୋଗୀଙ୍କ ନାଁ ବି ବେଶ ଚର୍ଚ୍ଚା ହେଉଛି । ସେହିଭଳି ପୂର୍ବରୁ ନବୀନ ପଟ୍ଟନାୟକ ଭୁବନେଶ୍ବରର ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ଓ ବହ୍ମପୁରର ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କୁ ରାଜ୍ୟସଭା ପଠାଇବା ପାଇଁ ପ୍ରତିଶ୍ରୁତି ଦେଇସାରିବା ପରେ ବି ତାଙ୍କୁ ନିରାଶ ହେବାକୁ ପଡିଥିଲା । ତେଣୁ ହାଇକମାଣ୍ଡ ଏଥର ତାଙ୍କ ପ୍ରତିଶ୍ରୁତି ରଖିବେ କି ନାହିଁ ଏହାକୁ ନେଇ ଆରମ୍ଭ ହୋଇଯାଇଛି କଳ୍ପନାଜଳ୍ପନା ।
ସିଟ କମ୍ ଆଶାୟୀ ଅନେକ । ତେବେ ବିଜେଡି ସୁପ୍ରିମୋ ଅସନ୍ତୁଷ୍ଟ ଆଶାୟୀଙ୍କୁ ପ୍ରାର୍ଥୀ କରୁଛନ୍ତି ନା ପୁଣି କେଉଁ ନୂଆ ଚେହେରାକୁ ବାଛୁଛନ୍ତି ତାହା ସମୟ ହିଁ କହିବ । କିନ୍ତୁ ବିଜେଡିର ପୂର୍ବ ଇତିହାସକୁ ଦେଖିଲେ ଚର୍ଚ୍ଚା ଓ ଇତିହାସ ଭିତରେ ବଡ ଫରକ ରହିଥାଏ । ରେସରେ ଥିବା ଅନେକ ନେତାଙ୍କୁ ବି ନିରାଶ ହେବାକୁ ପଡିଛି । ଏମିତି କି କିଛି ଲୋକଙ୍କୁ ରାଜ୍ୟସଭା ସିଟ୍ ଦେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଇଛନ୍ତି ନବୀନ । ତେଣୁ ଆନୁଗତ୍ୟ, ଦକ୍ଷତା, ଅଭିଜ୍ଞତା ଥିବା ବ୍ୟକ୍ତିଙ୍କୁ ବାଦ ଦେଇ ସାମ୍ପ୍ରତିକ ସ୍ଥିତିକୁ ନବୀନ ପ୍ରସଙ୍ଗ କରିପାରନ୍ତି ବୋଲି ଚର୍ଚ୍ଚା ଯୋର ଧରିଛି ।
ଆହୁରି ଅଧିକ ଓଡିଶା ଖବର ପଢ଼ନ୍ତୁ...