ସେଠାରେ ଏକ ଘରେଇ କମ୍ପାନୀରେ କାମ କରିବା ସହ ପାଠ ପଢିବା ଆରମ୍ଭ କରିଥିଲେ। ପାଠ ସାଙ୍ଗକୁ ଜୁଡୋ କରାଟେ ବକ୍ସିଙ୍ଗ ଆଦି କୌଶଳ ଶିକ୍ଷା କରିଥିଲେ। ତାଙ୍କର ନିଷ୍ଠା ପାଇଁ ସେ କୋଲକାତା ସମେତ ନିୟୁଦିଲ୍ଲୀ ବାଙ୍ଗାଲୋର ମୁମ୍ବାଇ ଆଦି ସ୍ଥାନରେ କରାଟେ ପ୍ରତଯୋଗୀତାରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ତେବେ ନିଜ ଗାଁର ଯୁବକ ଯୁବତୀ ମାନଙ୍କ ସମେତ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କୁ ମାଗଣାରେ ଶିକ୍ଷାଦାନ କରି ଆଦର୍ଶ ସାଜିଛନ୍ତି ରାକେଶ। ରାକେଶ କୁହନ୍ତି ବର୍ତମାନ ମହିଳା ମାନେ ସମାଜରେ ଅସୁରକ୍ଷିତ ହୋଇପଡିଛନ୍ତି। ତେବେ ନିଜର ସୁରକ୍ଷା ପାଇଁ କରାଟେ ଜୁଡୋର ଆବଶ୍ୟକତା ରହିଛି। ସେ ଶିକ୍ଷା ଦେଇ ବେଶ ଖୁସି ଥିବା କହିଛନ୍ତି। ରାକେଶ ଭାରତୀୟ କରାଟେ ଫେଡ଼ରେସନର ଅଧ୍ୟକ୍ଷ ପଦରେ ଅଛନ୍ତି। ତେବେ ବିଶ୍ୱ ସ୍ତରୀୟ କରାଟେ ଜୁଡୋ ବକ୍ସିଙ୍ଗରେ ଭାଗ ନେବା ପାଇଁ ମନୋନୀତ ହୋଇଛନ୍ତି।
ବିଶ୍ୱ କରାଟେ ଚମ୍ପିୟାନସିପ ରେ ଭାଗନେବେ କେନ୍ଦ୍ରାପଡ଼ାର ଯୁବକ ରାକେଶ

ଅର୍ଗସ ବ୍ୟୁରୋ : ଗରିବ ପରିବାରରୁ ଜନ୍ମ ଗ୍ରହଣ କରି ଜଣେ ଯୁବକ ବିଶ୍ୱ ସ୍ଥରରେ ସୁନାମ ଅର୍ଜନ କରିବା ପଛରେ କଣ ରହସ୍ୟ ରହିଛି। ଇଚ୍ଛା ଶକ୍ତି ବଳରେ ଜଣେ ଵେଷ୍ଟ କରାଟେୟାନ ହେବା ସହ ନିଜ ଗାଁ ସମେତ ରାଜ୍ୟ ଓ ଦେଶ ପାଇଁ ଗୌରବ ହୋଇ ପାରିଛନ୍ତି। ଆମେ କହୁଛୁ କେନ୍ଦ୍ରାପଡ଼ା ଜିଲ୍ଲା ଅଳପୁଆ ଗ୍ରାମର ଯୁବକ ରାକେଶ ସାହୁଙ୍କ ପରିବା ପଣିଆର କଥା। ନିଜ ଗାଁ ଅଳପୁଆ ଉଚ୍ଚବିଦ୍ୟାଳୟରେ ମାଟ୍ରିକ ପାସ ପରେ ପାରିବାରିକ ଦରିଦ୍ରତା ପାଇଁ ସୁଦୂର କୋଲକାତା ଯାଇଥିଲେ।
Download Argus News App
