ପ୍ରେସମିଟରେ ଏନେଇ ସୂଚନା ଦେଇଛନ୍ତି ଯାଜପୁର ଏସପି । ହତ୍ୟା ପରେ ଝରାଫୁଲର ଶବକୁ ଅନ୍ୟତମ ଅଭିଯୁକ୍ତ ଶକ୍ତି ସ୍ୱାଇଁ ସହିତ ଏକ ସ୍କୁଟିରେ ନେଇଥିଲେ । ତା ପରଦିନ କୁଆଖିଆ ଥାନା ମୁଳାପାଳ ଛକ ନିକଟ ରାସ୍ତା କଡ଼ରେ ଫିଙ୍ଗି ଉଭୟ ଫେରାର ହୋଇଯାଇଥିଲେ । ପୂର୍ବରୁ ଏହି ହତ୍ୟାକାଣ୍ଡ ଘଟଣାରେ ମୁଖ୍ୟ ଅଭିଯୁକ୍ତ ରାକେଶ ସ୍ୱାଇଁ ଏବଂ ଅମରେଶ ରାଉତ ଗିରଫ ହୋଇଥିଲେ । ଗତକାଲି ଭୁବନେଶ୍ୱରରୁ କମିଶନରେଟ୍ ପୋଲିସ ସହାୟତାରେ ଯାଜପୁର ପୋଲିସ ଶକ୍ତି ସ୍ୱାଇଁକୁ ଗିରଫ କରିଛି ।
ଧାର୍ ଟଙ୍କା ମାଗିବାରୁ ଝରାଫୁଲକୁ ମାରିଦେଲେ, ଖୁଲାସା କଲେ ଯାଜପୁର ଏସପି

ଭୁବନେଶ୍ୱର: ରମାଦେବୀ ଛାତ୍ରୀ ଝରାଫୁଲ ମର୍ଡମିଷ୍ଟ୍ରୀରୁ ହଟିଲା ପରଦା । ଟଙ୍କା ପାଇଁ ଗଲା ଜୀବନ । 30 ହଜାର ଟଙ୍କା ମାଗିବାରୁ କରାଯାଇଥିଲା ହତ୍ୟା । ଜାନୁଆରୀ 26 ତାରିଖରେ OYO ରୁମରେ କରାଯାଇଥିଲା ଷଡ଼ଯନ୍ତ୍ର । ପ୍ରଥମେ ଜବରଦସ୍ତି ମଦ ପିଆଇବା ପରେ ନାକ ଓ ପାଟି ଚିପି ହତ୍ୟା କରାଯାଇଛି ।
ଦୁର୍ଘଟଣାରେ ଆଖି ବୁଜିଲେ ରାଇରଙ୍ଗପୁର SDJM ସ୍ମରଣିକା ପ୍ରଧାନ

ମୟୂରଭଞ୍ଜ: ସଡକ ଦୁର୍ଘଟଣାରେ ଆଖି ବୁଜିଲେ ରାଇରଙ୍ଗପୁର SDJM ସ୍ମରଣିକା ପ୍ରଧାନ । ଆଜି ଅପରାହ୍ନ ସମୟରେ କାର ଯୋଗେ sdjm ଏବଂ ତାଙ୍କ ସ୍ବାମୀ ଘରକୁ ଫେରୁଥିଲେ । ଯଶିପୁର ଥାନା ଅନ୍ତର୍ଗତ ଚାଇଁ ନେବଦା ନିକଟରେ ସେ ଆସୁଥିବା କାର୍ ଟି ଏକ ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଇଥିଲା । ଫଳରେ କାରଟି ସମ୍ପୂର୍ଣ୍ଣ ଭାବରେ ଓଲଟି ପଡିଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ନିକଟସ୍
Download Argus News App
