ଠକ ଡାକ୍ତର ରମେଶ ସ୍ୱାଇଁକୁ କଳାକାରନାମାରେ ପପୁ ସହଯୋଗ କରୁଥିବା ଅଭିଯୋଗ ହୋଇଥିଲା। ରମେଶ ସ୍ୱାଇଁ ଗିରଫ ହେବା ପରେ ପପୁ ଫେରାର ଥିବା ଏବେ ପୋଲିସ ତାକୁ ଅଟକ ରଖି ପଚରାଉଚୁରା କରୁଥିବା ଜଣାପଡିଛି।
ଅର୍ଗସ ବ୍ୟୁରୋ: ପୋଲିସ କବଜାରେ ଠକ ଡାକ୍ତର ରମେଶ ସ୍ୱାଇଁର ଡ୍ରାଇଭର ଚିତ୍ତରଞ୍ଜନ ପଟ୍ଟନାୟକ ଓରଫ ପପୁ। ପପୁକୁ ରଣପୁରରୁ ଉଠାଇନେଲା ମହିଳା ଥାନା ପୋଲିସ। ମହିଳା ଥାନା ପୋଲିସ ପକ୍ଷରୁ ପପୁକୁ ଏକ ଅଜଣା ସ୍ଥାନରେ ଅଟକ ରଖାଯାଇ ପଚରାଉଚୁରା କରାଯାଉଥିବା ସୂଚନା ମିଳିଛି।

ଅର୍ଗସ ବ୍ୟୁରୋ : ହାୱଡା ପଟୁ ଗଡ଼ିଲା କରମଣ୍ଡଳ । ଶୁକ୍ରବାର ଦୁର୍ଘଟଣା ପରେ ପ୍ରଥମ ଥର ଗଡି଼ଲା କରମଣ୍ଡଳ । ବାହାନଗା ବଜାର ଷ୍ଟେସନ ଦେଇ ଅତିକ୍ରମ କରିଛି କରମଣ୍ଡଳ । ପଶ୍ଚିମବଙ୍ଗ ସାଲିମାରରୁ ଯାତ୍ରୀଙ୍କୁ ନେଇ ଚେନ୍ନାଇ ଯାଇଛି ଟ୍ରେନ । ବାହାନଗା ଦୁର୍ଘଟଣା ପରେ ପୁଣି ଥରେ ଗଡି଼ଲା କରମଣ୍ଡଳ ।
ଅଧିକ ପଢନ୍ତୁ ଓଡ଼ିଶା ଖବର

ଅର୍ଗସ ବ୍ୟୁରୋ : ଚାଷୀଙ୍କ ପାଇଁ ଖୁସି ଖବର । କାଲି ସୁଦ୍ଧା କେରଳ ଛୁଇଁପାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ବର୍ତ୍ତମାନ ପୂରା ବଙ୍ଗୋପସାଗରରେ ବାଦଲ ରହିଛି । ତେଣୁ ଏହା ମୌସୁମୀ ପାଇଁ ଭଲ ଖବର । ଏଥିସହ ପଶ୍ଚିମ ବାୟୁର ସକ୍ରିୟତା, ବାୟୁମଣ୍ଡଳର ମଧ୍ୟ ଯାଏ ବ୍ୟାପିଛି ।
ଅଧିକ ପଢନ୍ତୁ : ଆଉ ଏକ ସାମୁଦ୍ରିକ ଝଡ଼ର ବିପଦ ପୂର୍ବାନୁମାନ, ଏହା ଏକ ସାଇକ୍ଲୋନିକ ଝଡ଼ରେ ହେବ ପରିଣତ
ଏହା ପାଗ ଅନୁକୂଳ ସୂଚାଉଥିବାରୁ ମୌସୁମୀ କେରଳ ଛୁଇଁବା ସମ୍ଭାବନା ରହିଛି । ଓଡ଼ିଶା, ପଶ୍ଚିମବଙ୍ଗ ଉପକୂଳରେ ପାଖାପାଖି 300 କିମି ଦୂରରେ ମୌସୁମୀ ରହିଛି । ୧୫ ପରେ ମୌସୁମୀ ଓଡ଼ିଶା ଛୁଇଁବା ସମ୍ଭାବନା ଥିବା ବେଳେ ଏହା ପୂର୍ବରୁ ପ୍ରାକ ମୌସୁମୀ ବର୍ଷା ହେବାର ସମ୍ଭାବନା ରହିଛି ।
