ଗଞ୍ଜାମ ଜିଲ୍ଲାର ଟାଣୁଆ ନେତା ଭାବେ ପରିଚିତ ଥିଲେ ରାମକୃଷ୍ଣ ପଟ୍ଟନାୟକ। ବିଜୁ ପଟ୍ଟନାୟକଙ୍କ ସମୟରୁ ସେ ରାଜନୀତିରେ ସକ୍ରିୟ ଥିଲେ। ଉତ୍କଳ କଂଗ୍ରେସ, ଜନତା ପାର୍ଟି, ଜନତା ଦଳ ଓ ବିଜେଡି ଟିକେଟରେ ସେ ନିର୍ବାଚନ ଜିତିଥିଲେ ।
ଗଞ୍ଜାମ କୋଦଳା ବିଧାନସଭା ଆସନରୁ ସେ 6ଥର ନିର୍ବାଚିତ ହୋଇଥିଲେ । ପ୍ରଥମଥର ପାଇଁ 1971ରେ ଉକ୍ତଳ କଂଗ୍ରସ ଟିକେଟରୁ ନିର୍ବାଚିତ ହୋଇ ରାମକୃଷ୍ଣ ବିଧାନସଭାକୁ ଆସିଥିସେ। ପରେ କୋଦଳାରୁ 1977, 1980, 1985, 1990, 1995 ଓ 2000 ମସିହାରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ରାମକୃଷ୍ଣ ପଟ୍ଟନାୟକ । ୨୦୦୦ରୁ ୨୦୦୨ ଯାଏଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଥମ ପାଳିରେ ଅର୍ଥମନ୍ତ୍ରୀ ରହିଥିଲେ ରାମକୃଷ୍ଣ ।
ଅର୍ଥ, କୃଷି, ଗ୍ରାମ୍ୟ ଉନ୍ନୟନ ପରି ଏକାଧିକ ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ଥିଲେ । କ୍ୟାରିଅରର ଶେଷ ଭାଗରେ ସେ ବିଜେପିରେ ଯୋଗ ଦେଇଥିଲେ।