କରୋନାର ଦ୍ୱିତୀୟ ଲହରକୁ ମାଡିଚାଲିଛି । ରାଜ୍ୟରେ ଦୈନିକ 2000 ପାଖାପାଖି କରୋନା ସଂକ୍ରମଣ ମାମଲା ସାମ୍ନାକୁ ଆସୁଛି । ଏଭଳି ସ୍ଥିତିରେ ସରକାରଙ୍କ ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି । ଏହି ଗାଇଡଲାଇନକୁ ସମସ୍ତେ ପାଳନ କରିବା ଜରୁରୀ ହୋଇପଡୁଛି ।
ନମାଜ ବେଳେ ୧୦୦ ଜଣ କିମ୍ବା ହଲ୍ କ୍ଷମତାର ୫୦% ଯାହା ଗ୍ରହଣୀୟ । ମସଜିଦରେ ପ୍ରବେଶ ବେଳେ ଟୋକନ ବ୍ୟବସ୍ଥା ଆପଣାଇାକୁ ପରାମର୍ଶ ଦିଆଯାଇଛି । ସମସ୍ତଙ୍କ ପାଇଁ ଗୋଟିଏ ସ୍ଥାନରେ ଧୁଆଧୋଇ ହେବାକୁ ବାରଣ କରଯାଇଛି । ବହୁବିଧ ରୋଗାକ୍ରାନ୍ତ ଓ ୫ ବର୍ଷରୁ କମ୍ ପିଲାଙ୍କୁ ପ୍ରବେଶ ମନା କରଯାଇଛି । ହ୍ୟାଣ୍ଡ ସାନିଟାଇଜ, ଥର୍ମାଲ ସ୍କ୍ରିନିଂ, ମାସ୍କ ପରିଧାନ ବାଧ୍ୟତାମୂଳକ ରହିଛି । ପ୍ରାର୍ଥନା ସମରେ ସାମାଜିକ ଦୂରତ୍ୱ ନିଶ୍ଚିତ ବଜାଇ ରଖନ୍ତୁ ବୋଲି କୁହାଯାଇଛି ।