ସରକାରଙ୍କ ବୈମାତୃକ ଓ ପାନ୍ତର ଅନ୍ତର ମନଭାବ ଗୁଡ଼କରୁ ନିବୃତ ରହି ଶିକ୍ଷାର ବିକାଶ ଦିଗରେ ଆନ୍ତରିକତା ପ୍ରକାଶ କରି ଶିକ୍ଷକମାନଙ୍କର ଦାବୀ ଗୁଡ଼ିକ ଖୁବ ଶୀଘ୍ର ପୂରଣ କରିବା ଉଚିତ ବୋଲି ସଂଘର କର୍ମକର୍ତା ଦାବୀ କରିଛନ୍ତି । ଯଦି ସରକାର ସେମାନଙ୍କ ଦାବୀକୁ ୭ ଦିନ ମଧ୍ୟରେ ପୂରଣ ନ କରନ୍ତି ତେବେରାଜ୍ୟ ଏକ୍ସକେଡ଼ର ଓ ଗଣ ଶିକ୍ଷକ ମହାସଂଘ ନେତୃତ୍ବରେ ଆସନ୍ତା ୧୨|୧୨|୨୦୨୨ ରାଜ ରାସ୍ତାକୁ ଉଲ୍ଲାଇବା ପାଇଁ ସଂଘ ଚେତାବନୀ ଦେଇଛି।
ଚାନ୍ଦବାଲିରେ ଏକ୍ସକେଡ଼ର ଓ ଗଣ ଶିକ୍ଷକ ସଂଘ ପକ୍ଷରୁ ରଣହୁଙ୍କାର

ଅର୍ଗସ ବ୍ୟୁରୋ : ଚାନ୍ଦବାଲି ବ୍ଳକରେ ଏକ୍ସକେଡ଼ର ଓ ଗଣ ଶିକ୍ଷକ ସଂଘ ପକ୍ଷରୁ ୫ ଦଫା ଦାବୀ ନେଇ ଆଜି ବିଇଓଙ୍କ କାର୍ଯ୍ୟାଳୟରେ ଶିକ୍ଷକ ମାନେ ବ୍ଲକ ଶିକ୍ଷାଧ୍ୟାକାରୀଙ୍କୁ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ସେମାନଙ୍କର ଏକ ସ୍ମାରକୀ ପତ୍ର ପ୍ରଦାନ କରିଥିଲେ। ଦିର୍ଘ ୨୦ ବର୍ଷ ଧରି ଏସ୍କକେଡ଼ର ଓ ଗଣ ଶିକ୍ଷକ ମାନେ କାର୍ଯ୍ୟ କରି ଆସୁଥିଲେ ମଧ୍ୟ ଶିକ୍ଷକ ମାନଙ୍କର ନାର୍ଯ୍ୟଦାବୀ ଗୁଡ଼ିକୁ ପୂରଣ କରିବାରେ ସରକାର ଆନ୍ତରିକତା ପ୍ରକାଶ କରି ନାହାଁନ୍ତି।
Download Argus News App
